ରାଜ୍ୟ ସରକାରଙ୍କ ବଡ ଘୋଷଣା, ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ୫ କେଜି ଚାଉଳ।

utkalnews7
By
0


ଭୁବନେଶ୍ୱର,୩।୧,(ଉତ୍କଳ ନ୍ୟୁଜ୍୭):ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ଜାନୁଆରୀ ୨୩ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ଏକ ବର୍ଷ ପାଇଁ ମାଗଣାରେ ଚାଉଳ ଯୋଗାଇଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଚଳିତ ଜାନୁୟାରୀ ୨୦୨୩ ଠାରୁ ୧୨ ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯିବ। ଏଥିପାଇଁ ମୋଟ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଅତିରିକ୍ତ ଖର୍ଚ୍ଚ ରାଜ୍ୟ ସରକାର ଭରଣା କରିବେ।ରାଜ୍ୟ ସରକାର ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ ନାମକ ରାଜ୍ୟ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପ୍ରତି ମାସରେ ୧ ଟଙ୍କାରେ ୫ କେଜି ଚାଉଳ ଅକ୍ଟୋବର ୨୦୧୮ ଠାରୁ ପ୍ରଦାନ କରି ଆସୁଛନ୍ତି।  ବର୍ତ୍ତମାନ ଏହି ଘୋଷଣା ପରେ ହିତାଧିକାରୀ ଆଉ କୌଣସି ପଇସା ଦେବାକୁ ପଡିବ ନାହିଁ।ଏହି ହିତାଧିକାରୀମାନଙ୍କୁ ରାଜ୍ୟରେ ଚାଲିଥିବା କୋଭିଡ-୧୯ ମହାମାରୀ ପାଇଁ ଗତ ୨୮ ମାସ ମଧ୍ୟରେ ଅତିରିକ୍ତ ଚାଉଳ ଏବଂ ଡାଲି ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ ଏହି ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ପ୍ରତ୍ୟେକ ପରିବାରକୁ ଦୁଇଥର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି।

Post a Comment

0 Comments

Please Select Embedded Mode To show the Comment System.*