ରଣପୁର,(ଉତ୍କଳ ନ୍ୟୁଜ୍୭),୯।୩ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କନ୍ଧନୟାଗଡ଼ ବାଇପାସ୍ ରାସ୍ତାରେ ଲୁହା ପଥର ଗୁଣ୍ଡ ବୋଝେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ, ଟ୍ରକ୍ ଡ଼୍ରାଇଭର ଓ ହେଲପର୍ ଗୁରୁତର ଆହତ ଅବସ୍ଥାରେ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।ସୂଚନାଯୋଗ୍ୟ ଯେ,୧୬ନଂ ଜାତୀୟ ରାଜପଥ କନ୍ଧନୟାଗଡ଼ ବାଇପାସ୍ ରେ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଜାରୀ ରହିଥିବା ବେଳେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।ଆଜି ଭୋର ସମୟରେ କେନ୍ଦୁଝର ରୁ ଏକମାଲ ବୋଝେଇ ଟ୍ରକ୍ ଗୋପାଳପୁର ଅଭିମୁଖେ ଆସୁଥିଲା ଡ଼୍ରାଇଭରଙ୍କ ଅସାବଧାନତା କାରଣରୁ ରାସ୍ତା କଡ଼କୁ ଏହି ମାଲ ବୋଝେଇ ଟ୍ରକ୍ ଟି ଓଲଟି ପଡିଥିଲା।ସଂଗେ ସଂଗେ ଘଟଣା ସ୍ଥଳରେ ଚାନ୍ଦପୁର ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ର ଡ଼୍ରାଇଭର ଓ ହେଲପର୍ କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରିଥିବା ସୂଚନା ମିଳିଛି।