ଗଞ୍ଜେଇ ସହ କାର ଓ ସ୍କୁଟି ଜବତ : ୨କୋର୍ଟ ଚାଲାଣ।

utkalnews7
By
0


ରଣପୁର,୨୭।୪,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ବିଭାଗର ଚଢାଉ ବେଳେ ଧରାପଡିଲେ ଦୁଇ ଗଞ୍ଜେଇ ଚୋରାଚାଲାଣକାରୀ। ୩୮ କିଲୋ ଗଞ୍ଜେଇ ସହ ଗୋଟିଏ ଦାମୀ କାର ସହ ଗୋଟିଏ ସ୍କୁଟି ଜବତ। ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ବିଭାଗ ରାଜସୁନାଖଳା ଠାରେ ଗାଡିଗୁଡିକ ଅଟକାଇ ତନଖି କରୁଥିବାବେଳେ ଗୋଟିଏ ଇଣ୍ଡିଗୋ କାର୍ କୁ ଜବତ କରିଥିଲା। ଜବତ ଓଡି ୦୨ ଏବି ୦୩୪୮ ନମ୍ବର ବିଶିଷ୍ଟ ଇଣ୍ଡିଗୋ କାରରୁ ୨୮କିଲୋ ଗଞ୍ଜେଇ ଜବତ ହୋଇଥିଲା।ସେହିଭଳି ରଣପୁର ଥାନା ଅଧିନସ୍ଥ ବାଉଁଶଗଡ ଠାରେ ଓଡି ୩୩ ଏଜି ୯୨୯୯ ନମ୍ବର ବିଶିଷ୍ଟ ଏକ ଟିଭିଏସ୍ ଜୁପିଟର ସ୍କୁଟିରୁ ୧୦ କିଲୋ ଗଞ୍ଜେଇ ଜବତ କରିଛି ରଣପୁର ଅବକାରୀ ଟିମ୍। ଉଭୟ ଗଞ୍ଜେଇ ଚୋରା ଚାଲାଣକାରୀ କନ୍ଧମାଳ ଜିଲ୍ଲାର ହୋଇଥିବାବେଳେ ଫିରିଙ୍ଗିଆ ଥାନା ଡିମିରିଗୁଡ଼ା ଗାଁର ମଳୟ ଗୁପ୍ତା (୨୭), ଅନ୍ୟ ଚାଲାଣ କାରୀ ଜି-ଉଦୟଗିରି ଥାନା ଅନ୍ତର୍ଗତ ରୁଧାଙ୍ଗିଆ ଗାଁର ଯୁସେନ୍ ନାୟକ (୨୯)ବୋଲି ଜଣାପଡିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରଣପୁର ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*