ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

utkalnews7
By
0

 


ରଣପୁର,୮।୫,(ଉତ୍କଳ ନ୍ୟୁଜ୍୭) : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରରେ ଆସନ୍ତା ଜୁନ୍ ମାସ ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ମଙ୍ଗଳବାରରେ ଅନୁଷ୍ଠିତ ହେବ ଠାକୁରମାନଙ୍କ ଘୋଷଯାତ୍ରା। ସେଥିପାଇଁ ଅକ୍ଷି ତୃତୀୟା ଠାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଛି। ଏହି ଯାତ୍ରାକୁ କିଭଳି ଭାବେ ସରସ ସୁନ୍ଦର ସହିତ ଆଇନ ଶୃଙ୍ଖଳା ଓ ବିଭିନ୍ନ ଏଜେଣ୍ଡାକୁ ନେଇ ସୋମବାର ଦିନ ରଣପୁର ବ୍ଲକ ପରିସରରେ ଥିବା ପଚାୟତ ସମିତିର ବୈଠକ ଘରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରଣପୁର ତହସିଲଦାର ତଥା ଦେବୋତ୍ତର ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇପ୍ସିତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ବେଳେ ଏହି ବୈଠକରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହର, ରେଞ୍ଜର ଦେବାଶିଷ ଭୋଇ, ସବ୍‌-ଇନସପପେକ୍‌ଟର ସଞ୍ଜୟ କୁମାର ପରିଡା, ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ବୈଦ୍ୟନାଥ ଭୋଇ ପ୍ରମୂଖ ମଂଚାସୀନ ଥିଲେ।ଦେବୋତ୍ତର ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ବିଭିନ୍ନ ଏଜେଣ୍ଡା ଉପସ୍ଥାପନା କରିଥିଲେ।କିଭଳି ଭାବରେ ରଥ କାଠ ସଂଗ୍ରହ, ରଥ ପ୍ରତିଷ୍ଠା, ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ସମାଧାନ, ପରିମଳ ବ୍ୟବସ୍ଥା ସହ ପାନୀୟ ଜଳ ବ୍ୟବସ୍ଥା, ରଥଯାତ୍ରା ସମୟରେ ମେଡିକାଲ ସେବା କ୍ୟାମ୍ପ, ଶ୍ରୀ ମନ୍ଦିର ଓ ପାଶ୍ୱର୍ ଦେବାଦେବୀଙ୍କ ମନ୍ଦିର ରଙ୍ଗ ଦେବା, ଦମକଳ ବାହିନୀ ସଜାଗ ରହିବା, ବିଜୁଳି ବ୍ୟବସ୍ଥା, ବାଇପାସ୍ ରାସ୍ତା ମରାମତି, ନୀତି ନିର୍ଘଂଟ କମିଟି, ରଥ ପରିଚାଳନା କମିଟି, ଶୃଙ୍ଖଳା କମିଟି, ପ୍ରଚାର ପ୍ରସାର କମିଟି, ଧାରା ବିବରଣୀ କମିଟି, ୧୪୪ ଧାରା ବ୍ୟବସ୍ଥା, ରାଜା ସାହେବଙ୍କ ଛେରା ପହଁରା, ଖାଦ୍ୟ କମିଟି ଆଦି ଏଜେଣ୍ଡା ବିଷୟରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଅବସରପ୍ରାପ୍ତ ଖାଉଟି ଫୋରମ ଅଧିକାରୀ ନାରାୟଣ ମହାପାତ୍ର, ଚୈତନ୍ୟ ମଠ ର ମହନ୍ତ ପର୍ଶୁରାମ ଦାଶ ମହାରାଜ ନଗର ସଭାପତି ଲିଙ୍ଗରାଜ ନାୟକ, ବିରଂଚି ନାରାୟଣ ତ୍ରିପାଠି, ସତ୍ୟ ନାରାୟଣ ମହାପାତ୍ର, ସୁଶାନ୍ତ ମିଶ୍ର, ସୁରେଶ ମିଶ୍ରଙ୍କ ସମେତ ସମସ୍ତ ପୂଜା ପଣ୍ଡା, ସେବାୟତ, ବିଭିନ୍ନ ସରକାରୀ ଅଧିକାରୀ, ସାମ୍ବାଦିକ, ରଥ କାରିଗର, ଯୁବପିଢି ଉପସ୍ଥିତ ରହି ନିଜ ମତାମତ ଉପସ୍ଥାପନା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*