କୋରାପୁଟ,(ଉତ୍କଳ ନ୍ୟୁଜ୍୭) : ନକଲି ସାର୍ଟିଫିକେଟ୍ ଲିଙ୍କ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଜୟପୁର ଟାଉନ ଥାନା ପୋଲିସ । ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ରେ ଗିରଫ ଅଭିଯୁକ୍ତ ମାନେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଅଞ୍ଚଳର ବୋଲି ଜଣାପଡ଼ିଛି । ଜାଲ୍ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଚୟନ ହୋଇଥିଲେ, ଯାଞ୍ଚ ବେଳେ ଧରା ପଡ଼ିଛନ୍ତି ।ପ୍ରଥମେ ବଲାଙ୍ଗୀରରୁ ଧରାପଡ଼ିଥିଲା ଜାଲ ସାର୍ଟିଫିକେଟ କାରବାର । ୪ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସମ୍ବଲପୁରରୁ ମଧ୍ୟ ଏହାର ଲିଙ୍କ ଥିବା ସୂଚନା ମିଳିଛି । ସମ୍ବଲପୁର ଡାକ ବିଭାଗ ପକ୍ଷରୁ ୬ ଜଣ ଚାକିରୀ ଆଶାୟୀଙ୍କ ନାଁରେ ସମ୍ବଲପୁର ଟାଉନ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି ।