ସ୍ଵେଛା ସେବିମାନଙ୍କ ଦ୍ୱାରା ଗ୍ରାମ ସଫେଇ ।

utkalnews7
By
0

 


ରଣପୁର, ୧୪।୫,(ଉତ୍କଳ ନ୍ୟୁଜ୍୭) : ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଧୀନ ରାଜସୁନାଖଳା  ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତା ଓ ରାଜସୁନାଖଳା ରେଲୱେ ଓଭର ବ୍ରିଜ ଉପରେ ଅନାବନା ଗଛ ଓ ଅଳିଆ ଆବର୍ଯ୍ୟନା ଗୁଡିକୁ ଗ୍ରାମର ସମାଜସେବୀମାନେ ମିଳିତ ହୋଇ  "ସ୍ଥାନୀୟ ସରପଞ୍ଚଙ୍କୁ ବହୁଥର ଜଣାଇଥିଲେ । ନିରାଶ ହୋଇ ଆଜି ସକାଳ ୬ଟା ସମୟରେ ସମାଜ ସେବୀମାନେ କଟୁରୀ, କୋଡ଼ି, କୋଦଳା,ଧରି ସଫେଇ କରିଥିଲେ ।ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଗାଡିମୋଟର ସହିତ ଲୋକମାନେ ଯାତାୟାତ  କରିଥାନ୍ତି ।ରାଜସୁନାଖଳା ଗ୍ରାମର ଜନସାଧାରମାନେ ପ୍ରତିଦିନ ସକାଳୁ ନିୟମିତ ଏଭଳି ପରିବେଷରେ ମଣିଙ୍ଗ ୱାର୍କ କରିବାକୁ ଯାଇଥାନ୍ତି ।ଏନେଇ ରବିବାର ଦିନ ଶରତ କୁମାର ସାହୁଙ୍କ ତତ୍ୱାବଧାନରେ ସୁସ୍ଥ ପରିବେଶ ରୋଗମୁକ୍ତ ଓ ପରିସଛନ ଅଞ୍ଚଳ କରିବା ଲକ୍ଷ୍ୟ ନେଇ ଏହି ରାସ୍ତା ଗୁଡିକୁ ସଫେଇ କରା ଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ସମାଜ ସେବି ଅଲେଖ ମହାରଣା,ବାଳକୃଷ୍ଣ ମହାପାତ୍ର,ଲଷ୍ମୀଧର ସାହୁ, ସୁମନ୍ତ କୁମାର ସାହୁ,ଜଗନ୍ନାଥ ସେନାପତି, ଆଶ୍ରିବାଦ ସାହୁ ପ୍ରମୁଖ ଯୋଗଦେଇ  ଏହି ସଫେଇ କାର୍ଯ୍ୟକୁ ସହଯୋଗ କରିଥିଲେ । ସମାଜ ସେବିମାନଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟଅଞ୍ଚଳର ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*