୨୫ଫୁଟ ଖାଲକୁ ଖସିଲା ଅଟୋ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ଯାତ୍ରୀ ।

Road accident Baliguda

କନ୍ଧମାଳ,୨୩।୫,(ଉତ୍କଳ ନ୍ୟୁଜ୍୭) : ଭାରସାମ୍ୟ ହରାଇ ରାସ୍ତାରୁ ୨୫ ଫୁଟ ଖାଲକୁ ଖସିଲା ଅଟୋ ।ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ତିନି ଯାତ୍ରୀ । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ଦୁଇଜଣ ଯାତ୍ରୀ ଏକ ଅଟୋ ଭଡ଼ା କରି ରୁତୁଙ୍ଗିଆ ଅଞ୍ଚଳକୁ ଯାତ୍ରା ଆରମ୍ଭ କରିଥିଲେ । ଯିବା ସମୟରେ ବାଦେକେତା ନିକଟସ୍ଥ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା କଡ଼ରେ ଥିବା ୨୫ ଫୁଟ ଖାଲକୁ ଖସି ପଡ଼ିଥିଲା । ସୌଭାଗ୍ୟ ବଶତଃ ଡ୍ରାଇଭର ସମେତ ଅଟୋରେ ବସିଥିବା ଦୁଇଜଣ ଯାତ୍ରୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ଅଞ୍ଚଳର ଯୁବ ସମାଜସେବୀ ଅରୁଣ ନାୟକ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା କରାଇଥିବା ଜଣାପଡ଼ିଛି ।

Previous Post Next Post