ଦୁଷ୍କର୍ମ ଅଭିଯୋଗରେ ଜଣେ କୋର୍ଟ ଚାଲାଣ।

utkalnews7
By
0


ଜଟଣୀ,୩୦।୫,(ଉତ୍କଳ ନ୍ୟୁଜ୍୭) : ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ଥାନା ପୋଲିସ ପୋଲିସ ଦ୍ୱାରା ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଟଣୀ ଥାନା ଅଧୀନ ଛଣଘର ଗ୍ରାମର ଅରୁ ଭୋଇ।ସୂଚନା ଯୋଗ୍ୟ ଯେ, ଗତ ୨୬ ତାରିଖ ମଧ୍ୟହ୍ନରେ ଯୁବତୀ ଜଣଙ୍କ ଘରେ ଏକା ଥିବା ସମୟରେ,  ଅଭିଯୁକ୍ତ ଅରୁ ପୀଡିତାଙ୍କ ଘରେ ପଶି ବଳ ପୂର୍ବକ ଦୁଷ୍କର୍ମ କରି ପଳେଇଥିଲା। ପୀଡ଼ିତା ଜଣଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପରେ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ, ଜଟଣୀ ପୋଲିସ ଘଟଣାର ତଦନ୍ତକରି ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଟଣୀ ଥାନାଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ କହିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*