Ad Code

Responsive Advertisement

ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ ଚାଲିଛି, ସିବିଆଇ ତଦନ୍ତ କରାଯାଉ: ବିଜେପି।


ଭୁବନେଶ୍ୱର,୩୦।୫,(ଉତ୍କଳ ନ୍ୟୁଜ୍୭):ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ନେଇ ପ୍ରେସମିଟ କରିଛି ବିଜେପି । ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ କରାଯାଉଛି । ବଞ୍ଚାଇବାକୁ ଚେଷ୍ଟା କରାଯାଉଛି । ବଡ଼ବଡ଼ିଆଙ୍କ କଲ ରେକର୍ଡ ଯାଞ୍ଚ କରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମୋହନ ମାଝୀ । ସେ କହିଛନ୍ତି, ନବ ଦାସ ହତ୍ୟା ଘଟଣା ନେଇ ଚାର୍ଜସିଟ ଦାଖଲ ହୋଇଛି ହେଲେ ସେଥିରେ କ’ଣ ଅଛି ? ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ କରିଛି ।୧୧୮ ଦିନରେ ଚତୁରତା ସହ ଚାର୍ଜସିଟ ଦାଖଲ ହୋଇଛି । ୧୨୦ ବି ଦଫା ଲାଗି ନାହିଁ । ବିରୋଧୀ ଦଳ ନେତା ଜୟ ନାରୟଣ ମିଶ୍ର କହିଥିଲେ ଗୋପାଳ ଦାସ ସମେତ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂଙ୍କ ନା ନେଇଥିଲେ । ବରିଷ୍ଠ ଅଧିକାରୀଙ୍କ ମଧ୍ୟ କଲ ରେକର୍ଡ ଯାଞ୍ଚ କରିବାକୁ ଦାବି କରିଥିଲେ। ହେଲେ କ୍ରାଇମବ୍ରାଞ୍ଚ ସେ ଦିଗରେ ତଦନ୍ତ କରିନି । ଗୋପାଳ ଦାସ ପାଗଳ ବୋଲି କୁହାଯାଇଥିଲା ।ପରେ ତଦନ୍ତରେ ପରିବର୍ତ୍ତନ କରାଗଲା । ତେଣୁ ସରକାର ନିଜେ ସଂପୃକ୍ତ ଥିବାରୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି । ସୁଶାନ୍ତ ଲିଙ୍କ ଥିବାରୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲା ନାହିଁ କି ବୋଲି ପ୍ରଶ୍ନ କରିଛି ବିଜେପି । ଗୁଳି କିଏ ମାରିଛି? ଗୋପାଳର ବନ୍ଧୁକରୁ ଗୁଳି ମରାଯାଇଛି ବୋଲି ଚର୍ଜିସିଟରେ ନାହିଁ । ଗୋପଳକୁ ଖସାଇବା ଉଦ୍ୟମ ହେଉଛି । ତେଣୁ ସିବିଆଇ ତଦନ୍ତ କରାଯାଉ ବୋଲି  ବିଜେପି ଦାବି କରିଛି ।

Post a Comment

0 Comments