ଭୁବନେଶ୍ୱର,୩୦।୫,(ଉତ୍କଳ ନ୍ୟୁଜ୍୭) : ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ସରିଲା କାର୍ଯ୍ୟକାଳ । ପରବର୍ତ୍ତୀ ରାଜ୍ୟପାଳ କିଏ ହେବେ ସେ ନେଇ ରାଷ୍ଟ୍ରପତି ଭବନରୁ କିଛି ସ୍ପଷ୍ଟ ହୋଇନି । ତେବେ ନୂତନ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ପ୍ରଫେସର ଗଣେଶୀ ଲାଲ ରାଜ୍ୟପାଳ ଦାୟିତ୍ୱରେ ରହିବେ ।ହରିୟାନାର ଶେର୍ସାରେ ୧୯୪୨ ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ଗଣେଶୀ ଲାଲ ୨୦୧୮ ମେ’ ୨୯ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ରାଜଭବନର ଅଭିଶେକ ହଲରେ ତତକ୍ରାଳୀନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଭିନୀତ୍ ସରଣ ପ୍ରଫେସର ଲାଲଙ୍କୁ ରାଜ୍ୟପାଳ ଭାବେ ଶପଥ ପାଠ କରାଇଥିଲେ ।ତେବେ ରାଜ୍ୟର ପରବର୍ତ୍ତି ରାଜ୍ୟପାଳ କିଏ ହେବେ ତାଙ୍କ ନାମ ଘୋଷଣାକୁ ଅପେକ୍ଷା।
କିଏ ହେବେ ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ?
By
May 30, 2023
0

