ବାଲୁଗାଁ,୬।୬,(ଉତ୍କଳ ନ୍ୟୁଜ୍୭) : ବାଲେଶ୍ବର ଜିଲ୍ଲା ବାହାନଗା ର ବହୁ ଚର୍ଚିତ ଟ୍ରକ୍ ଦୁର୍ଘଟଣା ଯାହା ବିଶ୍ୱକୁ ଦୋହଲେଇ ଦେଇଥିଲା ଓ ନିଶବ୍ଧ କରିଦେଇଥିଲା ସାରା ଭାରତକୁ, ନିମିଷକ ମାତ୍ରେ ଉଜୁଡି ଗଲା ଶହଶହ ପରିବାର l କୁନି କୁନି ପିଲାଙ୍କ ମୁହଁରୁ ଛଡେଇନେଲା ଖେଳ କୁଦ ଓ ହସଖୁସି, କିଛି ଜାଣିବା ପୂର୍ବରୁ ଲିଭିଗଲା ଶହଶହ ଦ୍ୱୀପ । ସ୍ତବ୍ଧ କରିଦେଲା ସାରଦୁନିଆକୁ, କୁଢ଼ କୁଢ଼ ଶବଦେଖି ସାରା ଦୁନିଆଁରେ ଝରିଥିଲା ସମସ୍ତଙ୍କ ଆଖିରୁ ଲୁହ ଆଉ ସେଇଲୁ୍ହଭାରା କାହାଣୀ ଘଟିଯାଇଛି ଏଇ କିଛି ଦିନ ତଳେ ଯାହା ଟ୍ରେନ ଦୃଘଟଣା ପ୍ରାଣ ହରାଇଲେ ସହସହ ନିରୀହ ଜୀବନ l ସେଦିନର ସେଇ ଛାତି ଥରl ଘଟଣା କୁ ମନେକାଇ ଆଜି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁରହୁଥିବା କିନ୍ନର ସମାଜ ସନ୍ଧ୍ୟା ରେ ପାଳନ କରୁଛନ୍ତି କ୍ୟାଣ୍ଡେଲ ଶୋଭାଯାତ୍ରା । ନୀରବ ପାର୍ଥନା ସହିତ ବାଲୁଗାଁ ଗାନ୍ଧୀ ଛକ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଆରମ୍ଭ କରିଲେ କ୍ୟାଣ୍ଡେଲ ଶୋଭାଯାତ୍ରା l ଏହି ଶୋଭାଯାତ୍ରା ବାଲୁଗାଁ ଗାନ୍ଧୀ ଛକଠାରୁ ବାହାରି ରେଲୁଏ ଷ୍ଟେସନ ପର୍ଯ୍ୟନ୍ତ ପରେ ପରେ ଉମାମହେଶ୍ୱର ମନ୍ଦିର ପର୍ଯ୍ୟନ୍ତ ବାହାରିଲେ ପଦଯାତ୍ରାରେ କିନ୍ନର ସମାଜ। ଏହି ଲୋମ ହର୍ଷଣ ଓ ଦୁଃଖ ପରିତକ୍ତ ର ବିଷୟ କୁ ମନରୁ ଲିଭିନାହିଁ l ଆହତ ବ୍ୟକ୍ତି ମାନଙ୍କୁ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି ବାଲୁଗାଁ କିନ୍ନର ସମାଜ। ତେବେ ଏହି କାର୍ଯ୍ୟକ୍ରମକୁ ଦେଖି ଅନେକ ଯୁବକ ଯୁବତୀ ଆଗେଇ ଆସନ୍ତୁ ରକ୍ତଦାନ କରିବା ଓ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବା ପାଇଁ ଅଣ୍ଟା ଭିଡିଛନ୍ତି ।ଏହି କାର୍ଯ୍ୟକ୍ରମ ପାଇଁ ବାଲୁଗାଁ ଓ ବାଣପୁର ଅଞ୍ଚଳ ଲୋକେ ଭୁୟସୀ ପ୍ରଶଂସା ମଧ୍ୟ କରୁଛନ୍ତି l