ଚାରି ଜାତୀୟ ରାଜପଥ ଲୁଟେରା ଗିରଫ, ପାଞ୍ଚଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଓ ମୋବାଇଲ ଫୋନ ଜବତ ।

utkalnews7
By
0

ଟାଙ୍ଗୀ/ଖୋର୍ଦ୍ଧା,୪।୭,(ଉତ୍କଳ ନ୍ୟୁଜ୍୭) : ଅସୁକ୍ଷିତ ଜାତୀୟ ରାଜପଥ।ପ୍ରତ୍ୟେକ ଦିନ ହେଉଛି ଲୁଟ୍ ପାଟ୍।କେତେ ବେଳେ ଜାତୀୟ ରାଜପଥରେ ଟ୍ରକ୍, ବସ୍ ରୁ କଟା ହେଉଛି ତେଲ୍ ତ ଅନ୍ୟ କେତେବେଳେ ହେଉଛି ଚୋରା ଗୋରୁ ଚାଲାଣ। ପୋଲିସ ର ଅପାରଗତା କାରଣରୁ ଏପରି ସବୁ ଘଟଣା ଘଟୁଥିବା ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ଶେଷରେ ଆକ୍ସନ ମୋଡ଼କୁ ଆସିଛି ।ଟାଙ୍ଗୀ ଥାନା ପୋଲିସ ଗତ କିଛି ମାସ ଧରୀ ଜାତୀୟ ରାଜପଥରେ ଲୁଟ୍ ରାଜ ଚଳାଇଥିବା ୪ଜଣ ଲୁଟେରା କୁ ଗିରଫ କରିଥିବା ନେଇ ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଲେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ। ଖୋର୍ଦ୍ଧା ଜିଲ୍ଲା ପୋଲିସ ଅନ୍ତର୍ଗତ ଟାଙ୍ଗୀ ଏବଂ ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଓ ନୁଆ ଜଗନ୍ନାଥ ସଡ଼କ ରେ ଦିନ କୁ ଦିନ ଲୁଟେରା ମାନଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି ।


ଯାହା ଜିଲ୍ଲା ପୋଲିସ କୁ ଏହି ଲୁଟଘଟଣା ପାଇଁ ଏକ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଏହି ଲୁଟ୍ କୁ ଦମନ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଦାର୍ଥ କାଟରିଆଙ୍କ ନିର୍ଦ୍ଦେଶରେ ବାଲୁଗାଁ ଉପଖଣ୍ଡ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଟାଙ୍ଗୀ ଥାନା ନିରିକ୍ଷକ ଦିଗ୍ ବିଜୟ ବିଶ୍ବାଳ ନିରାକାରପୁର ଥାନା ନିରିକ୍ଷକ ଗିତାଞ୍ଜଳୀ ନାୟକଙ୍କୁ ନେଇ ଏକ ସ୍ଵତନ୍ତ୍ର ସ୍କ୍ବାର୍ଡ ଗଠନ କରିଥିଲେ। ସୁଚନା ଯୋଗ୍ୟ କି ଗତ କିଛି ଦିନ ହେବ ୧୬ ଜାତୀୟ ରାଜପଥ ଓ ନୂଆ ଜଗନ୍ନାଥ ସଡ଼କର ବିଭିନ୍ନ ସ୍ଥାନରୁ ଚାରୋଟି ପୃଥକ ପୃଥକ ଜାଗାରୁ ଭିନ୍ନ ଭିନ୍ନ ଦିବସରେ ଲୁଟ୍ ହୋଇଥିଲା। ସୂଚନାଯୋଗ୍ୟ ଯେ,ଗତମାସ ୧୯ ତାରିଖରେ ଘଟିଥିଲା ବେଳେ ଏନେଇ  ଲକ୍ଷ୍ମୀପ୍ରିୟା ସାହୁଙ୍କ ଅଭିଯୋଗ ଅନୁସାରେ ଟାଙ୍ଗୀ ରୁ ବଡପାରି ନିଜ ଗ୍ରାମକୁ ଅଟୋରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ ଗୋଟିଏ ୟାମାହା ମଟର ସାଇକେଲରେ ଆସି ତାଙ୍କ ବେକରୁ ୨୦ ଗ୍ରାମର ସୁନାହାର ଲୁଟ କରି ନେଇଯାଇଥିଲେ । ଦ୍ୱିତୀୟ ଘଟଣାଟି ଗତମାସ ୨୮ ତାରିଖରେ ନିରାକାରପୁର ନୂଆ ଜଗନ୍ନାଥ ସଡ଼କରେ ପ୍ରସାଦିନି ସାମନ୍ତରାୟ ଯାଉଥିବା ବେଳେ ତାଙ୍କ ବେକରୁ ସୁନା ଚେନ ଲୁଟ ହୋଇଥିଲା। ତୃତୀୟ ଘଟଣା ଗତମାସ ୨୯ ତାରିଖରେ ବିନୟ ଭୂଷଣ ସାମନ୍ତରାୟ ଓ ତାଙ୍କ ଭଉଣୀ ଟାଙ୍ଗୀ ଠାରୁ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଏକ ପଲସର ବାଇକ୍ ରେ ସୁନା ଅଳଙ୍କାର ଓ ଟଙ୍କା ଥିବା ଭ୍ୟାନିଟ ବ୍ୟାଗ ଛଡ଼ାଇ ନେଇଥିଲେ । ଚତୁର୍ଥ ଘଟଣାଟି ଗତ ୨୯ ତାରିଖରେ ଲକ୍ଷ୍ମୀଧର ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କ ଠାରୁ ଟାଙ୍ଗୀ ବାଇପାସ୍ ଓଭର ବ୍ରିଜ ନିକଟରୁ ସୁନାମୁଦି ଓ ଟଙ୍କା ଥିବା ଏକ ଭ୍ୟାନିଟ ବ୍ୟାଗ ଲୁଟେରା ମାନେ ଛଡ଼ାଇ ନେଇଥିଲେ ।


ଏହି ଚାରୋଟି ପୃଥକ ପୃଥକ ଲୁଟ୍ ଘଟଣାରେ ଗିରଫ ହୋଇଥିବା ଚାରିଜଣ ଲୁଟେରା ହେଲେ ନିରାକାରପୁର ଥାନା ରାମେଶ୍ବର ମଙ୍ଗଳା ସାହିର କାଳିଆ ଓରଫ ଲଲାଟ ଓରଫ ଲଳିତ କୁମାର ପଣ୍ଡିତ ( ୩୦) ଓ ଡାକା ଓରଫ୍ ଅନିଲ କୁମାର ସୁନ୍ଦରାୟ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋପାଳପୁର ବଢେଇ ସାହିର ସାଗର ମହାପାତ୍ର ( ୨୩) ପୁରୀ ଜିଲ୍ଲା ଗଡିଶାଗଦା ଥାନା ରାୟଗୁରୁପୁର ଗ୍ରାମର ବିଭୁ ଓରଫ ବିଭୁତି ଭୁଷଣ ସାହୁ (୩୩) ବୋଲି ଜଣାପଡିଛି। ଲୁଟେରା ମାନଙ୍କ ଠାରୁ ଜବତ ଜିନିଷ ଗୁଡିକ ମଧ୍ୟରେ ୨୦ ଗ୍ରାମର ଏକ ସୁନାହାର, ୨୦ ଗ୍ରାମର ଦୁଇଟି ସୁନାଚୁଡି, ୧୦ ଗ୍ରାମ ଦୁଇଟି ସୁନାଚେନ, ତିନୋଟି ସୁନାମୁଦି, ତିନୋଟି ମୋବାଇଲ ଫୋନ, ତିନୋଟି ଭ୍ୟାନିଟ ବ୍ୟାଗ୍, ୨ଟି ବାଇକ୍ ଯାହାର ନଂ ଓଡି ୨୫ ଏନ୍ ୪୪୪୦ ନମ୍ବର ପଲସର ବାଇକ୍,ଓଡି୦୨ ବିକ୍ସ ୨୧୦୧ ୟାମାହା ବାଇକ ବୋଲି ଜଣାପଡିଛି। ତତ୍ ସହିତ ଅଭିଯୋଗକାରିଙ୍କ କିଛି ଦରକାରୀ କାଗଜ ପତ୍ର ଜବତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଟାଙ୍ଗୀ ଥାନା ଠାରେ ଅନୁଷ୍ଠିତ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି। 


ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରେସମିଟ୍ ରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଟାଙ୍ଗୀ ଥାନା ଅଧିକାରୀ ଦିଗ୍ ବିଜୟ ବିଶ୍ୱାଳଙ୍କ ସହ ଟାଙ୍ଗୀ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*