ମାଲକାନଗିରି,୨୯।୬,(ବ୍ୟୁରୋ) :ରାଜ୍ୟରେ ଗତ କିଛି ବର୍ଷ ଧରି ଲାଲ ବାହିନୀ ତାଣ୍ଡବଲୀଳା ଥମିଥିବା ବେଳେ ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶିଗଡ଼ ରାଜ୍ୟ ସୁକୁମା ଜିଲ୍ଲାରେ ଲାଲ ବାହିନୀ ଘଟାଇଛି ଲାଲ ତାଣ୍ଡବ। ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛନ୍ତି। ସୁକୁମା ଏସପିଙ୍କ ସୂଚନା ଅନୁଯାୟୀ ଗତ ୧୦ ଦିନ ତଳେ ବସ୍ତର ଅଞ୍ଚଳର ୧୫ ଜଣଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ । ଅନ୍ୟମାନେ ଗତ ଦୁଇଦିନ ତଳେ ସୁରକ୍ଷିତ ଅବସ୍ଥାରେ ଫେରି ଆସିଥିବା ବେଳେ ପ୍ରଜାକୋର୍ଟ କରି ଅନ୍ୟ ଦୁଇ ଜଣଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।ସୁକୁମା ଜିଲ୍ଲା ତାଡ଼ମେଟଲା ଗ୍ରାମର ନାଏବ ସରପଞ୍ଚ ମାଡ଼ଭି ଗଙ୍ଗା ଓ ଅନ୍ୟଜଣେ ଶିଖ କବାସୀ ସୁକାକୁ ପ୍ରଜାକୋର୍ଟ ରେ ପୁଲିସ ଇନଫର୍ମର କହି ମୃତ୍ୟୁଦଣ୍ଡ ଦେଇଥିବାର ଜଣାପଡିଛି । ଘଟଣା ସ୍ଥଳରେ ଅଧିକ ପୁଲିସ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡ ଘଟଣା ପରେ ଗାଁରେ ଭୟ ଓ ଆତଙ୍କର ବାତାବରଣ ଖେଳି ଯାଇଥିବା ସୂଚନା ମିଳିଛି।
0 Comments