ବିଲ ଚାଷ ବେଳେ ଅଘଟଣ,ଖୋଲା କୂଅରେ ପଡ଼ି ଟ୍ରାକ୍ଟର ସହ ଚାଳକ ମୃତ ।

utkalnews7
By
0


ଅନୁଗୁଳ, ୬।୭,( ବ୍ୟୁରୋ): ବିଲ ଚାଷ କରୁଥିବା ବେଳେ ଘଟିଛି ଅଘଟଣ। ଖୋଲା କୂଅ ଭିତରେ ଟ୍ରାକ୍ଟର ସହ ଗଳି ପଡିଲେ ଚାଳକ। ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି। ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ଜାମୁଣ୍ଡା ଗ୍ରାମରେ ଘଟିଛି ଏଭଳି ଆଘଟଣ। ମୃତ ବ୍ୟକ୍ତି ଜଣକ ଓଡ଼କପା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା ବୋଲି ଜଣାପଡିଛି। ସୂଚନା ମୁତାବକ, ଜାମୁଣ୍ଡା ଗ୍ରାମର ଜଣେ ଚାଷୀଙ୍କ ବିଲରେ ପୂର୍ଣ୍ଣଚନ୍ଦ୍ର ଟ୍ରାକ୍ଟର ରେ ଭଡାରେ ହଳ ଧରୁଥିଲେ। ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଅସାବଧାନତା କାରଣରୁ ବିଲରେ ଥିବା ଏକ ଖୋଲା କୂଅରେ ଟ୍ରାକ୍ଟର ସହ ଗଳି ପଡ଼ିଥିଲେ। ଫଳରେ ଟ୍ରାକ୍ଟର ତାଙ୍କୁ ଚାପି ଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ ଅନୁଗୁଳ ଅଗ୍ନିଶମ ବାହିନୀ ପହଂଚି ପ୍ରଥମେ ଟ୍ରାକ୍ଟର ଙ୍କୁ ବୁଲଡୋଜର ସହାୟତାରେ ବାହାର କରିଥିଲା। ପରେ କାଦୁଅରେ ଚାପି ହୋଇ ରହିଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରାଯାଇଥିଲା। ଖବର ପାଇ ନିଶା ଥାନା ପୁଲିସ୍ ପହଂଚି ମୃତଦେହ ଜବତ କରି ବ୍ୟବଛେଦ ଲାଗି ପଠାଇଥିବା ସୂଚନା ମିଳିଛି ।ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Post a Comment

0 Comments

Please Select Embedded Mode To show the Comment System.*