ନିରାକାରପୁର ଥାନା ପୋଲିସ ର ଢିଲା ପାଟ୍ରୋଲିଂ, ଦୋକାନ ତାଲା କାଟି ଲୁଟ

utkalnews7
By
0



ଟାଙ୍ଗୀ,୧୫।୭,(ଉତ୍କଳ ନ୍ୟୁଜ୍୭) :  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଂଚଳରେ ଦିନକୁ ଦିନ ଚୋରୀ ଡକାୟତି ଧିରେ ଧିରେ ବଢ଼ିବାରେ ଲାଗିଛି। ଚୋରୀ ଡକାୟତି କୁ ରୋକିବାରେ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଛି। ଚୋରମାନେ ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟ ପରେ ଲୁଟ କରି ଚାଲିଛନ୍ତି। ବିଳମ୍ବିତ ରାତିରେ ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ରାହୁଳହଜ ଗ୍ରାମର ବାବୁଲା ପ୍ରଧାନଙ୍କ ଦୋକାନ ଘର ତାଲା କାଟି ଲୁଟ ହୋଇଛି । ବିଳମ୍ବିତ ରାତିରେ ଲୁଟେରା ମାନେ ସୁଯୋଗ ଉଣ୍ଡି ଦୋକାନ ତାଲାକାଟି ଦୋକାନ ଭିତରେ ପଶି ଦୋକାନ ଥିବା ଟଙ୍କା ବିସ୍କୁଟ,ସିଗାରେଟ କଣ୍ଟା ପାଲ ସମେତ ମୂଲ୍ୟ ବାନ ଜିନିଷପତ୍ର ଲୁଟିନେଇଛନ୍ତି। ଦୋକାନରୁ ପ୍ରାୟ ୨୫/୩୦ ହଜାର ଟଙ୍କା ମୂଲ୍ୟର ଜିନିଷପତ୍ର ଲୁଟ ହୋଇଥିବା ଜଣାପଡିଛି। ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନିରାକାରପୁର ପୋଲିସର ଢିଲା ପେଟ୍ରୋଲିଂ ଯୋଂଗୁ ଅଂଚଳରେ ଲୁଟେରା ମାନେ ସୁଯୋଗ ଉଣ୍ଡି ଲୁଟ କରୁଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି।ଲୁଟେରା ମାନଙ୍କ ଟେର ପାଇ ନାହିଁ ପୋଲିସ।ଏବେ ଦେଖିବାକୁ ବାକି ରହିଲା କେବେ ଲୁଟେରାଙ୍କୁ କାବୁ କରୁଛି ପୋଲିସ ।

Post a Comment

0 Comments

Please Select Embedded Mode To show the Comment System.*