ସାମ୍ବାଦିକଙ୍କ ମାତୃ ବିୟୋଗ ।

utkalnews7
By
0


ଟାଙ୍ଗୀ,୧୬।୮,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ନିରାକାରପୁର ଅଞ୍ଚଳର ପ୍ରଥମ ସିଭିଲ ଇଂଜିନିୟର ଅପର୍ତ୍ତି ପ୍ରଧାନ ଙ୍କ ସହଧର୍ମିଣୀ ଶ୍ରୀମତୀ ଉଷାରାଣୀ ପ୍ରଧାନ(୭୮) ଙ୍କ ପରଲୋକ ଘଟିଛି। ସେ ଆନେମିଆ ରୋଗରେ ପୀଡିତ ଥିଲେ। କ୍ୟାପିଟାଲ ହସପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଗତ ରବିବାର ସଂଧ୍ଯା ରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସେ ଜଣେ ଧର୍ମପ୍ରାଣ ସ୍ନେହୀ ମହିଳା ଥିଲେ।ସେ ଟାଙ୍ଗୀ ବ୍ଳକ ରାମେଶ୍ଵର ଗ୍ରାମପଞ୍ଚାୟତର ପ୍ରଥମ ସରପଞ୍ଚ ନାରାୟଣ ଜଗଦ୍ଦେବଙ୍କ ଭଉଣୀ ଓ ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନ ଙ୍କ ମାଆ। ତାଙ୍କ ମ୍ରୁତ୍ୟୁ ରେ ନିରାକାରପୁର ଅଂଚଳର ଜନସାଧାରଣ ତଥା ବୁଦ୍ଧିଜିବୀ, ନିରାକାରପୁର ସାମ୍ବାଦିକ ସଂଘ, ରାମ ଦୟା ପରିଷଦ ନିରାକାରପୁର,ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ନିରାକାରପୁର, ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ସଂଘ ର ସଦସ୍ଯଗଣ,ନିରାକାରପୁର ଇସ୍ବାର୍ଡ ଅନୁଷ୍ଠାନ ସଂପାଦକ ମ୍ରୁତ୍ୟୁଞ୍ଜୟ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତାଦଳ ଉପ ସଭାପତି ବିପିନ ଜୟସିଂହ, ନିରାକାରପୁର ପୂର୍ବତନ ସରପଂଚ ହ୍ରୁଷିକେଶ ରାଉତରାୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ବର୍ଗ ଦ୍ବାର ରେ ପୁତ୍ର ଦୀପକ ପ୍ରଧାନ ଓ ଦିଲୀପ ପ୍ରଧାନ ଅନ୍ତିମ ସଂସ୍କାର କରିଥିବା ବେଳେ ପୁତ୍ର ବୋହୁ ଭୁମିସୁତା ପ୍ରଧାନ, ନାତି ମନଦୀପ୍ ପ୍ରଧାନ ଉପସ୍ଥିତ ରହିବା ସହ ସାମ୍ବାଦିକ ବିକ୍ରମ କେଶରୀ ସାହୁ, କପିଳେଶ୍ଵର ସିଂହ, ବିଭୁତି ଭୂଷଣ ଦାଶ ଦାହ କାର୍ଯ୍ୟରେ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*