ବଜ୍ରପାତରେ ୪ ମୃତ, ୫ ଗୁରୁତର।

utkalnews7
By
0


ବାଲେଶ୍ବର,୧୬।୮,(ଉତ୍କଳ ନ୍ୟୁଜ୍୭) : ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୫ ଗୁରୁତର ଚିକିତ୍ସିତ ହେଉଥିବା ଜଣାପଡିଛି।ଏଥିସହ ୨ଜଣ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ସେଠାରୁ ୫ଜଣ ଗୁରୁତର ଆହତ ଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।ମୃତକ ମାନେ ବସ୍ତା ଥାନାର ବିଭିନ୍ନ ଅଂଚଳର ବୋଲି ଜଣାପଡିଛି।ସୂଚନା ଯୋଗ୍ୟ ଯେ,ଆଜି ବୁଧବାର ଅପରାହ୍ନ ପାଖାପାଖି ୪ଟା ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଂଚଳରେ ହଠାତ ପ୍ରବଳ  ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା ।ବଜ୍ରପାତରେ ମହାଦେବ ସାରାଈ ଗ୍ରାମର ୧୨ବର୍ଷର ନାବାଳକ କାହ୍ନୁ ମୁର୍ମୁ ,ପନିଷା ଗ୍ରାମର ମକର ନନ୍ଦ ବେହେରା, ସୁଲେମାନପୁର ଗ୍ରାମର ଗୋପାଳ ବିନ୍ଧାଣି ଓ ରାଜଘାଟ ଅଂଚଳର ଜଣକର ମୃତ୍ୟୁ ଘଟିଛି।ଦଶରାପଦା ,ମହାଦେବସାରାଈ, ମାଛିଆ ଓ ଟୀକରାପଡା ଗ୍ରାମର ମୋଟ ୭ଜଣ ଗୁରୁତର ଆହତ ହୋଇଛନ୍ତି । ୫ ଜଣ ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ଜାରୀ ରହିଥିବା ବେଳେ ୨ ଆହତ ନାବାଳକ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*