ସ୍ବାଧିନତା ଦିବସ ପାଳନ ଅବସରରେ ୧୬ ଜଣ କ୍ରୀଡାବିତ ଙ୍କୁ ସମ୍ମାନିତ।

utkalnews7
By
0


ଉମରକୋଟ,୧୬।୮,(ଜିତେନ୍ଦ୍ର ମହାନ୍ତି) : ଆଦିବାସୀ ବହୁଳ ନବରଙ୍ଗପୁର ଜ଼ିଲ୍ଲା ରେ କାର୍ଯ୍ୟରତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପ ଲାଇନ ପକ୍ଷରୁ ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜାତୀୟ ସ୍ତରରେ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରଞ୍ଚ ପଦକ ବିଜେତା ୧୬ ଜଣ କ୍ରୀଡ଼ାବିତ ଙ୍କୁ ମୁଖ୍ୟ ଅତିଥି ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ମାନପତ୍ର ଓ ଟ୍ରଫି ପ୍ରଦାନ କରି ହେଲ୍ପ ଲାଇନ ସମ୍ମାନ ରେ ସମ୍ମାନିତ କରିଛନ୍ତି । ସେହିଭଳି ସଂସ୍ଥା ପକ୍ଷରୁ ଆୟୋଜିତ ମହିଳା ବେଡ଼ମିଣ୍ଟନ କ୍ରୀଡା ର ୧୪ ଜଣ ମହିଳା କ୍ରୀଡ଼ାବିତ ଏବଂ ୯ ଜଣ ସଙ୍ଗୀତ ପ୍ରତିଯୋଗୀ ଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ସହ ହେଲ୍ପ ଲାଇନ ସମ୍ମାନ ରେ ସମ୍ମାନିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ହେଲ୍ପ ଲାଇନ ସଂସ୍ଥା ର କନ୍ଫରେନ୍ସ ହଲ ରେ ଆୟୋଜିତ ହୋଇଥିବା ବେଳେ,ମୁଖ୍ୟ ଅତିଥି ଭାବେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ମାନ୍ୟବର ଝରୀଗାଁ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ମାଝୀ, ଓଡିଶା ସରକାର ଙ୍କ ମାନ୍ୟବର ଉଠା ଜଳ ସେଚନ ନିଗମ ର ଉପଦେଷ୍ଟା ତଥା ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରମୋଦ କୁମାର ପାଢ଼ୀ, ଉମରକୋଟ ପୌର ପରିଷଦ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଦାସ,ଉମରକୋଟ ତହସିଲଦାର ଶ୍ରୀ ତୁଳା ମୁଦୁଲି,ଉମରକୋଟ ପୂର୍ବତନ ଏସ. ଡି. ପି. ଓ. ଶ୍ରୀ ଶୁଭେନ୍ଦୁ ଶବର, ମହିଳା ଥାନା ଅଧିକାରୀ ଶ୍ରୀମତୀ ନୀଳିମା ପାଣିଗ୍ରାହୀ ସଂସ୍ଥା ର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ,ଉପଦେଷ୍ଟା ଶ୍ରୀନିବାସ ପଟନାୟକ,ସଭାପତି କୃଷ୍ଣ ପ୍ରସାଦ ପଟନାୟକ, କ୍ରୀଡା ସଂଯୋଜକ ସଲିମ ରାଠୋର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ସଂସ୍ଥା ପକ୍ଷରୁ ଆୟୋଜିତ ବିଭିନ୍ନ ସମାଜସେବା କାର୍ଯ୍ୟ କୁ ଅତିଥି ମାନେ ବହୁ ପ୍ରଶଂସା କରିଥିଲେ । ସଂସ୍ଥା ପକ୍ଷରୁ ପୂର୍ବତନ ଏସ. ଡି. ପି. ଓ. ଶୁଭେନ୍ଦୁ ଶବର ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଓ ଶ୍ରୀମତୀ ନୀଳିମା ପାଣିଗ୍ରାହୀ ଙ୍କୁ ବେଷ୍ଟ ମହିଳା ପୋଲିସ ଅଧିକାରୀ ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମ କୁ ସଂସ୍ଥା ର ଉପ ସଭାପତି ଇଂ. ଚନ୍ଦନା ମଲ୍ଲିକ ପରିଚାଳନା କରିଥିବା ବେଳେ,ବରିଷ୍ଠ ସଭ୍ୟା କୁସୁମ ନାୟକ, ଶାନ୍ତିଲତା ମହାନ୍ତି,ସଭ୍ୟ ରବି ସୁନା, ଶିବାନୀ ରାଜୁ, ସାଇକୃତି ପଣ୍ଡା, ନୀଳତ୍ପଳା ପଣ୍ଡା, ପ୍ରୟଙ୍କା ନାୟକ, ଏମ. ସନ୍ଦୀପ ପ୍ରମୁଖ ପରିଚାଳନା କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*