ନିର୍ମାଣ ଶ୍ରମିକଙ୍କୁ ସହିୟତା ବାଣ୍ଟିଲେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ।


ଟାଙ୍ଗୀ,୧୬।୮,(ଉତ୍କଳ ନ୍ୟୁଜ୍୭) : ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶ୍ରମିକ ଓ ଶ୍ରମିକ ପରିବାରକୁ ସହାୟତା ବଣ୍ଟନ।ଆଜି ଯୁଗ୍ମ ଶ୍ରମ ଆୟୁକ୍ତ ଭୁବନେଶ୍ୱର ଦ୍ଵାରା ପରଚାଳିତ ଏକ ସହାୟତା ଶିବିର ସ୍ଥାନୀୟ ଟାଙ୍ଗୀ ବ୍ଲକ୍ ଟାଙ୍ଗୀ ସଦର ମହକୁମାରେ ଅବସ୍ଥିତ ଟାଙ୍ଗୀ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସହାୟତା ବଣ୍ଟନ ଶିବିରରେ ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା କୋଠାବାଡ଼ି ଓ ଗୃହ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରୟାସକୁ ହୃଦୟଙ୍ଗମ କରି  ଆହୁରି ଅଧିକରୁ ଅଧିକ ଶ୍ରମିକ ଭାଇ ଓ ଭଉଣୀ ମାନେ ଏଥିରେ ଅନ୍ତର୍ଭୁକ୍ତ କରିବାକୁ  ଅବଲୋକନ କରାଇଥିଲେ।ଏହି ଶିବିରରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକୃତ ୨୧ ଜଣ ଶ୍ରମିକ ମାନଙ୍କୁ ମୃତ୍ୟୁ କାଳୀନ ସହାୟତା  ବାବଦରେ ୩୮,୦୦,୦୦ ଓ ୨୧ ଜଣ ଶ୍ରମିକ ଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ  ୧,୦୫,୦୦୦ ଟଙ୍କା, ବିବାହ କାଳୀନ ସହାୟତା ମଧ୍ୟମରେ ୦୫ ଜଣଙ୍କୁ ୨,୫୦,୦୦୦- ଟଙ୍କା ସହାୟତା ରାଶି, ପ୍ରସବ କାଳୀନ ସହାୟତ ବାବଦରେ ୫ ଜଣ ଙ୍କୁ ୫୦,୦୦୦ଟଙ୍କା, ଶିକ୍ଷା ସହାୟତା ବାବଦରେ ୩୫ଜଣ ଙ୍କୁ ୧,୪୮,୪୦୦)/- ଟଙ୍କା ସର୍ବମୋଟ ୮୭ ଜଣଙ୍କୁ ୪୩,୫୩,୪୦୦ /-  ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଛି।ଅନ୍ୟମାନଙ୍କ ମଧ୍ୟରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରେଶମା ମାନ୍ଧାତା, ବିଡ଼ିଓ ଐଶ୍ୱରୀୟ ସାମନ୍ତରାୟ,ଟାଙ୍ଗୀ ଗ୍ରାମପଞ୍ଚାୟତର ସରପଞ୍ଚ କିଶୋର ବେହେରାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ମଧ୍ୟ ଯୋଗ ଦେଇଥିଲେ।ଏଥି ସହ ୨୮୧ ଜଣ ନୂତନ ଭାବେ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକରଣ ପତ୍ର ବଣ୍ଟନ କରାଯାଇଥିଲା ।ବିଭାଗୀୟ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ  ଚନ୍ଦନ ମାଝୀ ,ପ୍ରଭାକର ବିଶ୍ବାଳ, ରଶ୍ମିତା  ପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇ ସହଯୋଗ କରିଥିଲେ।ଏହି ସରକାରୀ କାର୍ଯ୍ୟକ୍ରମରେ ହାତଗଣତି କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରିତ କରାଯାଇଥିଲା ବେଳେ ଅନ୍ୟ ସମସ୍ତ ଗଣମାଧ୍ୟମକୁ ଅଣଦେଖା କରାଯାଇଥିବାରୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Post a Comment

0 Comments