ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

utkalnews7
By
0


ଉମରକୋଟ ,୧୬।୭,(ଜିତେନ୍ଦ୍ର ମହାନ୍ତି) :  ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଭାରତୀୟ ଜନତା ପାର୍ଟି ଉମରକୋଟ ତରଫରୁ ପାଳନ କରାଯାଇଛି। ଉମରକୋଟ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ସ୍ୱର୍ଗତ ବାଜପେୟୀ ଙ୍କ ସ୍ମୃତି ଚାରଣ କରାଯାଇଥିଲା। ନଗର ସଭାପତି ଗୋପୀନାଥ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାକୁ ସାଧାରଣ ସମ୍ପାଦକ ପ୍ରଭାତ ନାୟକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ ରମେଶ ସାହୁ, ଅଶୋକ ପାଢ଼ୀ, ରାମ ନାୟକ, ସୁରେଶ ଆଚାର୍ଯ୍ୟ, ମୁନା ପାଣିଗ୍ରାହୀ, ସତ୍ୟ ବେହେରା, ମିଲୁ ପଣ୍ଡା, ସୀତାରାମ ପାଣ୍ଡେ, ଶଙ୍କର ଡାକୁଆ, ମୁନା ସାହୁ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*