ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଜଣେ ଗିରଫ।

utkalnews7
By
0


ଖୋର୍ଦ୍ଧା,୧୬।୮,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ କୁସୁମାଟି ଅଞ୍ଚଳର ୧୭ବର୍ଷୀୟ ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ଜଟଣୀ ପୋଲିସ ଦ୍ୱାରା ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ହରିରାଜପୁର ଅଞ୍ଚଳର ଜୀବନ ବିଶ୍ବାଳ ଓରଫ କାହ୍ନା (୨୦)। ଏହି ଘଟଣାରେ ସଂପୃକ୍ତ ଅନ୍ୟ ସହଯୋଗୀ ମାନେ ଏବେବି ଫେରାର ରହିଛନ୍ତି।ତେବେ ସେମାନଙ୍କୁ ଖୁବଶୀଘ୍ର ଧରିଯିବ ବୋଲି ସୂଚନା ଦେଇଛନ୍ତି ଜଟଣୀ ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂ। ସୂଚନା ମୁତାବକ ଗତ ଫେବୃଆରୀ ୨୦ ତାରିଖ ସନ୍ଧ୍ୟାରେ ଗିରଫ ଅଭିଯୁକ୍ତ ପୀଡ଼ିତାକୁ ଅପହରଣ କରି ବଳପୂର୍ବକ ଦୁଷ୍କର୍ମ କରିଥିଲା। ପରେ ପିପିଲି ସ୍ଥିତ ଏକ ମନ୍ଦିରରେ ବିବାହ କରିଥିଲା। ପରେ ପୀଡ଼ିତାଙ୍କ ପିତା ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଟଣୀ ପୋଲିସ ଘଟଣାର ତଦନ୍ତ କରି ଗତ ଜୁନ୍ ୮ତାରିଖରେ ହରିରାଜପୁର ଅଞ୍ଚଳରୁ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରିଥିଲା। ହେଲେ ଅଭିଯୁକ୍ତ ଜଣଙ୍କ  ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆଜି ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ଜଟଣୀ ପୋଲିସ। ଏନେଇ ଜଟଣୀ ଥାନା ପୋଲିସ ୬୫/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Post a Comment

0 Comments

Please Select Embedded Mode To show the Comment System.*