ଭୁବନେଶ୍ୱର ରେ ପହଞ୍ଚିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ : ଅମିତ ଶାହା ।

utkalnews7
By
0


ଭୁବନେଶ୍ବର,୪।୮,(ଉତ୍କଳ ନ୍ୟୁଜ୍୭): ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ଆଜି ରାତି ପ୍ରାୟ ୧୧.୫୦ମିନିଟ୍ ସମୟରେ ପହଞ୍ଚିଛନ୍ତି । ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ଓ ରାଜ୍ୟ ବିଜେପିର ଶୀର୍ଷ ନେତୃବୃନ୍ଦ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଏହି ସମୟରେ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜଗନ୍ନାଥ ପ୍ରଧାନ, ସୁନୀତ ମୁଣ୍ଡ ପ୍ରମୁଖ ଉପସ୍ଥିତ ଅଛନ୍ତି। ବିଳମ୍ବିତ ରାତି ହୋଇଥିଲେ ବି ବିମାନ ବନ୍ଦରର ପରିସର ବିଭିନ୍ନ ବାଦ୍ୟ ଓ ଲୋକନୃତ୍ୟ ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବିଜେପି ରାଜ୍ୟ ନେତୃମଣ୍ଡଳୀ ବିମାନବନ୍ଦରୁ ପ‌ାଛୋଟି ନେଇଥିଲେ ।


 ଭୁବନେଶ୍ୱର ବିମାନବନ୍ଦରରୁ ଶ୍ରୀ ଶାହ ମେଫେୟାର ହୋଟେଲ ଅଭିମୁ‌ଖେ ଯାତ୍ରା କରିଥିବା ବେଳେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଆସନ୍ତାକାଲି ଶନିବାର ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ସହ ସୁକିନ୍ଦା-କମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ହେବ। ଏହି କାର୍ଯ୍ୟକ୍ରମ ଘଣ୍ଟାଏ ଧରି ଚାଲିବାକୁ ଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜାତୀୟ ରାଜପଥ ଅଧିକାରୀମାନେ ଯୋଗ ଦେବେ। 


ମଧ୍ୟାହ୍ନ ୧୨ଟାରୁ ୧୨.୩୦ମିନିଟ୍ ପର୍ଯ୍ୟନ୍ତ ଲୋକସେବା ଭବନରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୀକ୍ଷା ବୈଠକରେ ମଧ୍ୟ ଶ୍ରୀ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ସେହି ଭଳି ଭାବରେ ଅପହଞ୍ଚ ଅଞ୍ଚଳରେ ମୋବାଇଲ ଟାୱାର ସ୍ଥାପନ ସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂକ୍ରାନ୍ତୀୟ କିଛି ଦାବି ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିପାରନ୍ତି ଶ୍ରୀ ପଟ୍ଟନାୟକ। ଲୋକସେବା ଭବନରେ ବୈଠକ ଶେଷ ହେଲା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ବୈଠକରେ ଯୋଗ ଦେବେ ଶ୍ରୀ ଶାହା। ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ। ସଂନ୍ଧ୍ୟା ୬ଟାରେ ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନ ବନ୍ଦର ଲାଉଞ୍ଜରେ ବି ଦଳୀୟ କର୍ମୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*