ରାଜସୁନାଖଳା ରେ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା-୨୦୨୩ ଅନୁଷ୍ଠିତ ।

utkalnews7
By
0


ରଣପୁର,୨୦।୮,(ଉତ୍କଳ ନ୍ୟୁଜ୍୭) : ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନର ବିକାଶ  ତଥା ପ୍ରସାର,ପ୍ରଚାର ଓ ଗୁଣାତ୍ମକ ଜ୍ଞାନର ବିକାଶ ପାଇଁ ପ୍ରତେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ  କୁନି କୁନି ଛାତ୍ର ଛାତ୍ରୀମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ଉଦ୍ଭାବନ ସହ ପ୍ରୟୋଗ ଓ କୁନି ବୈଜ୍ଞାନିକ ସୃଷ୍ଟି କରିବା ଲକ୍ଷରେ  ଜ୍ଞାନ ବିଜ୍ଞାନମେଳାର  ଆୟୋଜନ କରାଯାଉଅଛି !   ସେହି ପ୍ରୟାସକୁ ଜାରିରଖିବା ପାଇଁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ  ସରସ୍ବତୀ ଶିଶୁ  ବିଦ୍ୟାମନ୍ଦିରଠାରେ   ଶନିବାର ଦିନ ଠାରୁ ରବିବାର ଦିନ ପର୍ଯ୍ୟନ୍ତ ଦୁଇ ଦିନଧରି ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ଅନୁଷ୍ଠିତ ହୋଇଥିଲା ।  ଏହି ଜ୍ଞାନ ବିଜ୍ଞାନ ମେଳାର ଉଦ୍ଘାଟନ ଉତ୍ସବରେ ଶିକ୍ଷାବିକାଶ ସମିତି ଓଡିଶାଙ୍କ ପରୀକ୍ଷା ସହ ସଂଯୋଜକ ମାନନୀୟ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ବେହେରା ଅତିଥି ଭାବେ ଯୋଗଦେଇ କୁନି ବୈଜ୍ଞାନିକ ହେବା ପାଇଁ ପ୍ରେରଣା ବାର୍ତ୍ତା ପ୍ରଦାନ କରିଥିଲେ। ବିଦ୍ୟାଳୟର ସଂପାଦକ ସନ୍ତୋଷ କୁମାର ସାଥୁଆ ଓ ପ୍ରଧାନଚାଜ୍ୟ ନିରଞ୍ଜନ ତରାସ ମଞ୍ଚାସିନ ହୋଇ ବିଜ୍ଞାନର ବିକାଶ ଦିଗରେ ନିଜର ଗବେଷଣା ବଜାୟ ରଖିବା ପାଇଁ ମନମୁଗ୍ଧକର ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ବିଭିନ୍ନ ସ୍ଥାନରୁ ୨୪ଜଣ ବିଜ୍ଞାନ ଓ କଳା ଶିକ୍ଷକ ମାନେ ଉପସ୍ଥିତ ରହି ନିଜର ବିଚାର ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀକାନ୍ତ କୁମାର ନାୟକ, ବୈକୁଣ୍ଠ ନାଥ ଜେନା, ଜ୍ୟୋତିରଂଜନ ସାହୁ,ମାନସ କୁମାର ସାହୁ, ଅର୍ଚ୍ଚନା ସେଠୀ, ମାତୃ ଭାରତୀ  ସଦସ୍ୟ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।ଏହି ବିଜ୍ଞାନ ମେଳାରେ ପ୍ରକଳ୍ପ, ପ୍ରଶ୍ନମଞ୍ଚ, ପତ୍ରବାଚନ, ମୂତ୍ତିକଳା,କଥାଓକଥନ, ନିବନ୍ଧ, ଲୋକନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ପ୍ରାୟ ୨୧୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।୫ଟି ସଙ୍କୁଳର ୧୮ଜଣ ପରିଚାଳନା କରି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଣପୁର ବସନ୍ତ କୁମାର ନାୟକ, ସମ୍ମାନିତ ଅତିଥି ରିନା ସାହୁ , ସୁଧୀର କୁମାର ନାୟକ,ପଦ୍ମନାଭ ସାହୁ,ହରେକୃଷ୍ଣ ମୁଦୁଲି ଯୋଗ ଦେଇ ଥିଲେ। ବିଦ୍ୟାଳୟର ଗୁରୁଜୀ ଗୁରୁମା ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*