ବୋଲଗଡ଼ ଆଞ୍ଚଳିକ ମହିଳା ମହାସଂଘ ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ପଦବୀରୁ ବହିଷ୍କାର ଅଭିଯୋଗ ।


ବୋଲଗଡ଼,୨୦।୮,(ଉତ୍କଳ ନ୍ୟୁଜ୍୭) :  ବୋଲଗଡ଼ ବ୍ଲକର ୧୯ଟି ଗ୍ରାମପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୧୫ଟିଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟlମାନଙ୍କର ମିଳିତ ଆନୁକୂଲ୍ୟରେ  ଏକ ସାମ୍ବାଦିକ ସମ୍ମିଳନୀ  ରବିବାର ଦିନ ବଡ଼କୁମାରୀସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି । ମହାସଂଘର ସଭାନେତ୍ରୀ ଓ ସମ୍ପାଦିକା ପଦବୀରୁ ବେନିୟମ ଓ ସ୍ୱାର୍ଥ ହାନି କାର୍ଯ୍ୟକ୍ରମ ଯୋଗୁଁ ପଦବୀରୁ ବହିଷ୍କାର କରିବାପାଇଁ ଅଭିଯୋଗ କରିଥିଲେ !ବ୍ଲକ ପ୍ରଶାସନ, ବ୍ଲକ ଅଧକ୍ଷା, ଉପାଧ୍ୟକ୍ଷ ଓ ବିଡ଼ିଓଙ୍କ ବିରୁଦ୍ଧରେ ମହାସଙ୍ଘର ସଭାନେତ୍ରୀ, ସମ୍ପାଦିକା ଓ କେତକ ସଦସ୍ୟାମାନେ ଅପନିନ୍ଦା କରିଥିବାରୁ ଆଜିର ଉପସ୍ଥିତ ମହିଳା ସଦସ୍ୟାମାନେ ଏହାକୁ ଦୃଢ ବିରୋଧ କରିବା ସଙ୍ଗେ ସଙ୍ଗେ ପ୍ରତିବାଦ କରିଥିଲେ ।ମହାସଂଘର ସଭାନେତ୍ରୀ ଓ ସମ୍ପାଦିକା ସଞ୍ଚୟ ଜମlଖlତlର ହିସାବ ଦେଉନାହାନ୍ତି ବୋଲି ଅଭିଯୋଗ କରିଅଛନ୍ତି ।ଏ ସମ୍ପର୍କରେ ମହାସଂଘର ସଭାନେତ୍ରୀ ଶୈଳବାଳl ବାହିନୀପତି, ସମ୍ପାଦିକା ଗୀତାଞ୍ଜଳି ମହାନ୍ତି ଓ ବ୍ଲକ ମିଶନ ଶକ୍ତି ସଂଯୋଜିକା ସୁରୁଚି ସୁପ୍ରିତି ସାହୁ ପ୍ରମୁଖଙ୍କୁ ପଚାରିବାରୁ ସେମାନେ କହିଲେ ସେହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଅଟେ  ଖୋର୍ଦ୍ଧା ଜିଲ୍ଲା  ମିଶନଶକ୍ତି ମୁଖ୍ୟ ସଂଯୋଜିକାଙ୍କ ନିର୍ଦେଶକ୍ରମେ  ବୋଲଗଡ଼ ମିଶନଶକ୍ତି ସଂଯୋଜିକା ସୁରୁଚି ସୁପ୍ରିତି ସାହୁ ଓ ବ୍ଲକ ପ୍ରକଳ୍ପ ପରିଚାଳିକା ସୁଜାତା ରାଉତଙ୍କ ମିଳିତ ଉପସ୍ଥିତିରେ ମହାସଂଘର ସଭାନେତ୍ରୀ ଓ ସମ୍ପାଦିକା ଗତବର୍ଷର ଆୟବ୍ୟୟ ହିସାବ ସଦସ୍ୟାମାନଙ୍କୁ ପ୍ରଦାନ କରିଅଛନ୍ତି । ଏଥିରେ ସଦସ୍ୟlମାନେ ଅସନ୍ତୋଷ ପ୍ରକାଶ କରି ପୁନର୍ବାର ସଞ୍ଚୟ ଜମାଖାତା ଓ ସଭାର ଅଧିବେଶନ ଖାତାକୁ ତଦନ୍ତ କରିବା ପାଇଁ ରାଜ୍ୟ ମିଶନ ଶକ୍ତି ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଅଛନ୍ତି ।

Previous Post Next Post