ସମାନ ଅଧିକାର ଦାବିରେ , ୨୮ରେ ଭୁବନେଶ୍ୱର ଚାଲ ଡାକରା ଦେଲା ରାଜ୍ୟ ସମିତି ସଭ୍ୟ ପରିବାର ।

utkalnews7
By
0


ଭୁବନେଶ୍ବର,୨୬।୮,(ବ୍ୟୁରୋ) : ରାଜ୍ୟରେ ସରପଞ୍ଚଙ୍କ ପରି ସମାନ ସାମ୍ବିଧାନିକ ଅଧିକାର ପାଇବା ପାଇଁ ରାଜ୍ୟ ସମିତି ସଭ୍ୟ ସଙ୍ଘ ପକ୍ଷରୁ ଦିଆଯିବ ଧାରଣା ।ଏନେଇ ଆଜି ରାଜ୍ୟ ସମିତି ସଭ୍ୟ ପରିବାର ପକ୍ଷରୁ ୨୮ ତାରିଖ ଭୁବନେଶ୍ୱର ଚାଲ ଡାକରା ଦିଆଯାଇଛି ।ସମାବେଶ ମାଧ୍ୟମରେ ଲୋୟର ପିଏମଜି ଧାରଣାସ୍ଥଳ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବୋଧିତ କରି ଏକ ୧୨ ଦଫା ଦାବି ପ୍ରଦାନ କରାଯିବ । ସରପଞ୍ଚଙ୍କ ଭଳି ସମାନ ପ୍ରମାଣପତ୍ର ଓ ରେକର୍ଡ଼ରେ ସମିତି ସଭ୍ୟଙ୍କ ସ୍ୱାକ୍ଷର ରହିବାର ସ୍ଥାନ କରାଯାଉ, ୫ବର୍ଷ କାର୍ଯ୍ୟକାଳ ପରେ ୧ଲକ୍ଷ ଟଙ୍କା ଅବସରକାଳୀନ ଭତ୍ତା ପ୍ରଦାନ କରାଯାଉ, ୧୦ ଲକ୍ଷ ଜୀବନବିମା ପ୍ରଦାନ,ଭଳି ୧୨ ଟି ପ୍ରମୁଖ ଦାବି ରଖିଛି ସଂଘ ।

Post a Comment

0 Comments

Please Select Embedded Mode To show the Comment System.*