ନାବାଳକ ଛାତ୍ର ମୃତ୍ୟୁ ଘଟଣ , କ୍ଷତିପୂରଣ ପ୍ରତିଶୃତି ମିଳିଲା ପରେ ହଟିଲା ରାଜପଥ ଅବରୋଧ।

utkalnews7
By
0


କନ୍ଧମାଳ,୨୭।୮,(ଉତ୍କଳ ନ୍ୟୁଜ୍୭): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ସ୍କୁଲ୍ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟୀତ୍ବ ହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ । ଏଣୁ ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହ ପ୍ରଧାନ ଶିକ୍ଷୟିତ୍ରୀ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍ ଓ ଦାୟିତ୍ବହୀନ କର୍ମଚାରୀଙ୍କୁ ନିଲମ୍ବନ ଦାବି କରି ଶବ ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଅଞ୍ଚଳବାସୀ ।ସୂଚନାଯୋଗ୍ୟ ଯେ, ଶନିବାର  ଅପରାହ୍ନରେ ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକ କୌଣସି କାରଣରୁ ତଳେ  ପଡ଼ି ଯାଇ ଅଚେତ ହୋଇପଡ଼ିଥିଲେ । ଏହାପରେ ବିଦ୍ୟାଳୟ କର୍ତ୍ତୁପକ୍ଷ ସତ୍ୟାନନ୍ଦଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର  ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା ବାଲିଗୁଡ଼ା ପୋଲିସ୍ । ସେପଟେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍ । ଥାନା ଅଧିକାରୀ ବାବାଶଙ୍କର ସରାଫ୍, ତହସିଲଦାର ବିଜୟ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଭିଷଣ ଭୋଇ , ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦିବେର ମଲ୍ଲିକ ପ୍ରମୁଖ  ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିଥିବା ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା  ଆର୍ଥିକ ସହାୟତା ଯୋଗାଇବା ସହ ସରକାରୀ ନିୟମାନୁସାରେ ବଳକା କିଛି ଆର୍ଥିକ ସହାୟତା ତଦନ୍ତ ପରେ ପ୍ରଦାନ କରାଯିବା ପାଇଁ ପ୍ରତିଶୃତି ପାଇବା ପରେ ରାସ୍ତାରୋକ ହଟିଥିଲା ।ତେବେ ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ର ର ମୃତ୍ୟୁ ତଳେ ପଡ଼ି ଘଟିବା ସନ୍ଦେହ ସୃଷ୍ଟି କରୁଥିବା ବେଳେ ଏନେଇ ଘଟଣାର ଖୋଲତାଡ କରୁଛି ବାଲିଗୁଡା ପୋଲିସ ।

Post a Comment

0 Comments

Please Select Embedded Mode To show the Comment System.*