ସମବାୟ ଶାଖା ପରିଚାଳକ ତପସ୍ୱନୀ ରାଉତରାୟଙ୍କ ପରଲୋକ ।

utkalnews7
By
0


ବୋଲଗଡ଼,୨୬।୮,(ଉତ୍କଳ ନ୍ୟୁଜ୍୭) : ଖୋର୍ଦ୍ଧା କେନ୍ଦ୍ରସେବା ସମବାୟ ବ୍ୟାଙ୍କ ଅଧିନସ୍ଥ ବୋଲଗଡ଼ ଶାଖା(ରାଜସୁନାଖଳା) ପରିଚାଳକ ତପସ୍ୱନୀ ରାଉତରାୟଙ୍କ  ୫୨ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଅଛି । ସ୍ବର୍ଗତ ଶ୍ରୀମତୀ ରାଉତରାୟ ଦୀର୍ଘ ଦିନଧରି କର୍କଟ ରୋଗରେ ପିଡିତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ  ହସ୍ପିଟାଲରେ ଚିକିତ୍ସତ ହେଉଥିଲେ । ତାଙ୍କର ମୃତ୍ୟୁ ବେଳକୁ ନିକଟରେ ଦୁଇ ଝିଅ, ସ୍ୱାମୀ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ରହିଥିଲେ । ସ୍ବର୍ଗତ ଶ୍ରୀମତୀ ରାଉତରାୟକଙ୍କ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଡୋଲମରl ଗ୍ରାମରେ ଅବସ୍ଥିତ କିନ୍ତୁ ସେ ଆଜକୁ ୩୩ବର୍ଷ ଧରି ବୋଲଗଡରେ ଭଡାଘରେ ବସତି ସ୍ଥାପନ କରୁଥିଲେ ।ସେ ଜଣେ ସରଳ, ନମ୍ର, ଭଦ୍ର, ସ୍ନେହୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଠ ଓ ସମୟାନୁବର୍ତ୍ତିତା ମହିଳା କର୍ମଚାରୀ ଥିଲେ। ତାଙ୍କ ବିୟୋଗ ଯୋଗୁଁ ରାଜସୁନାଖଳା, ରଣପୁର,ବୋଲଗଡ଼ ଅଞ୍ଚଳରେ  ଶୋକାର ଛାୟା ଖେଳି ଯାଇଛି ।ତାଙ୍କ ମୃତ୍ୟୁ ଯୋଗୁଁ ଖୋର୍ଦ୍ଧା କେନ୍ଦ୍ରସମବାୟ ବ୍ୟାଙ୍କ ନିର୍ଦେଶକପ୍ରକାଶ ଚନ୍ଦ୍ର ରାଉତରାୟ,ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ତଥା ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିବା ସଙ୍ଗେସଙ୍ଗେ ତାଙ୍କ ପରିବାର ବର୍ଗଙ୍କୁ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ପାଇଁ ପ୍ରାଥନା କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଅଛନ୍ତି । ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ମର ଶରୀରକୁ ଢୋଲମରା ଗ୍ରାମରେ ପରିକ୍ରମା କରାଯାଇ ଗ୍ରାମ ଶଶ୍ଵlନରେ ଅନ୍ତମ ସଂସ୍କାର କରାଯାଇଥିଲା ।ତାଙ୍କର ଝିଅ ମୁଖାଗ୍ନି ଦେଇଥିଲେ ।

Post a Comment

0 Comments

Please Select Embedded Mode To show the Comment System.*