ପଞ୍ଚାୟତସ୍ତରୀୟ ରକ୍ତଦାନ ଶିବିର ଉଦଘାଟିତ ।

utkalnews7
By
0


ବୋଲଗଡ଼,୧୪।୯(ଉତ୍କଳ ନ୍ୟୁଜ୍୭) : ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଓ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତାଦଳ  ଆବାହକତ୍ୱରେ ପଞ୍ଚାୟତସ୍ତରୀୟ ରକ୍ତଦାନ ଶିବିର ଗୁରୁବାର ଦିନ ପରମାନନ୍ଦ  ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ  ତଥା ଖୋର୍ଦ୍ଧାଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର କୁମାର ସାହୁ ଯୋଦଦେଇ ଏହାକୁ ଉଦଘାଟନ କରିଥିଲେ।ଏହି ରକ୍ତଦାନ ଶିବିରରେ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ,  ଫାର୍ମାସିଷ୍ଟ ଆଲୋକ କୁମାର ସାହୁ, ଟେକ୍ନିସିଆନ ଅବିନାଶ ଦାସ, ବିଜୟ କୁମାର ସାମଲ, ମୃତ୍ୟୁଞ୍ଜୟ ବେଜ, ରଞ୍ଜିତା ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । କଟକ ସ୍ଥିତ ରେଡକ୍ରସ କେନ୍ଦ୍ରୀୟ ରକ୍ତଭଣ୍ଡାର ସହାୟତାରେ ସଂଗୃହିତ ୧୧୨ୟୁନିଟରୁ ଉର୍ଦ୍ଧ୍ବ ରକ୍ତକୁ ସୁରକ୍ଷିତ ଅବସ୍ଥାରେ  ନିଆଯାଇଥିଲା।ଏହି ରକ୍ତଦାନ ଶିବିରରେ ସଂମ୍ମାନିତ ଅତିଥିଭାବେ କଲେଜ ପରିଚାଳନା କମିଟିର ସଭାପତି ପ୍ରଫେସର   ସତ୍ୟନାରାୟଣ ରଥ, ଅଧକ୍ଷ ପ୍ରଫେସର ହେମନ୍ତ ମହାପାତ୍ର, ଓ ପରିଚାଳନା କମିଟିର ସଦସ୍ୟ  ଵୀରକିଶୋର ଦାସ, ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ "କରିବା ରକ୍ତଦାନ, ବଞ୍ଚାଇବା ଜୀବନ"କହିଥିଲେ । ଏହି ରକ୍ତଦାନ ଶିବିରକୁ ସମାଜ ସେବୀ ଶୁଭେନ୍ଦୁ କୁମାର ସାହୁ,ମାୟାଧର ବରlଡ଼  ଅଧ୍ୟlପକ ଗାନ୍ଧୀ କୁମାର ସାହୁ, ଶ୍ରୀନିବାସ ଖାଡେଙ୍ଗା ଓ ଜାତୀୟ ସେବା ଯୋଜନା କ୍ୟାଡେ଼ଟମାନେ ସହଯୋଗ କରି ପରିଚାଳନା କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*