ରାଷ୍ଟ୍ର ପ୍ରବକ୍ତାଙ୍କୁ ବିରୋଧ କରିବା ପଡିଲା ମହଙ୍ଗା,କାମରେ କରି ବିରୋଧୀଙ୍କୁ ଜବାବ ଦେଲେ : ପୂର୍ବତନ ସାଂସଦ।

utkalnews7
By
0


ନୟାଗଡ଼,୯।୯,(ଉତ୍କଳ ନ୍ୟୁଜ୍୭):ନୟାଗଡ଼ ପୁରୁଣା ସହର ସ୍ଥିତ ପୁରୁଣା ରାଜବାଟିଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ଯୋଗଦେଇଥ‌ିବା ସମସ୍ତ ଗଣମାଧ୍ୟମ ପ୍ରତିନିଧୂମାନଙ୍କୁ ଧନ୍ୟବାଦ ଦେଇଥିଲେ । ଭାରତୀୟ ଜନତା ପାର୍ଟି(କୃଷକ ମୋର୍ଚ୍ଚା)ର ନବନିଯୁକ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜେପି କୃଷକ ମୋର୍ଚ୍ଚା କୃପାସିନ୍ଧୁ ଗୌଡ଼ ଓ ନବନିଯୁକ୍ତ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନଙ୍କୁ ଶୁଭେଚ୍ଛା ଜଣେଇବା ସହ ସମ୍ବଦ୍ଧିତ କରିଥିଲେ। ଏହି ନିଯୁକ୍ତି ନିମନ୍ତେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କୁ ଧନ୍ୟବାଦ ଦେବା ସହ ନୟାଗଡ଼ ବିଜେପି ଆହୁରି ଅଧ‌ିକ ସଂଗଠିତ ହେବ ବୋଲି ଆଶା ଓ ବିଶ୍ବାସ ରଖୁଛନ୍ତି ବୋଲି ପ୍ରତ୍ୟୁଷା ସିଂହ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଏକ ଭୟମୁକ୍ତ ତଥା ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ଗଠନରେ ଚତୁର୍ଥ ସ୍ତମ୍ବ ତଥା ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ଆବଶ୍ୟକ ଏଣୁ ଆପଣମାନେ ନୟାଗଡ଼ର ଅବ୍ୟବସ୍ଥା ଓ ଦୁର୍ନିତୀ ବିରୁଦ୍ଧରେ ଏ ସଂଗ୍ରାମରେ ସାଥ ଦିଅନ୍ତୁ ବୋଲି ପ୍ରତ୍ୟୁଷା ସିଂ ଗଣମାଧ୍ୟମର ପ୍ରତିନିଧୂମାନଙ୍କୁ ସମ୍ବୋଧୃତ କରି କହିଥିଲେ। ଏହା ସହ ଏଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଘଡୁଆଳ ଗ୍ରାମପଞ୍ଚାୟତର ୧୦ରୁ ଉର୍ଦ୍ଧ୍ବକର୍ମୀ ବିଜୁ ଜନତା ଦଳ ତ୍ୟାଗକରି ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କ ନେତୃତ୍ୱ ଉପରେ ଆସ୍ଥା ରଖ୍ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ନୂତନ ଭାବେ ଯୋଗଦେଇଥିବା ସମସ୍ତ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧେଇ ଦଳରେ ସ୍ବାଗତ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ବରିଷ୍ଠ ନେତା ନସିର ଅହେମ୍ମଦ, ପୂର୍ବତନ ନୟାଗଡ ବ୍ଲକ ଚେୟାରମ୍ୟାନ ପ୍ରହ୍ଲାଦ ବରାଡ଼ କୃଷକ ନେତା ସନ୍ତୋଷ ପ୍ରଧାନ, ରଜନୀକାନ୍ତ ନନ୍ଦ, ସୌମ୍ୟରଂଜନ ପ୍ରଧାନ, ସନ୍ତୋଷ ରାଉତରାୟ ଓ ଅନ୍ୟାନ୍ୟ ବିଜେପି ନେତୃବୃନ୍ଦ ଯୋଗ ଦେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*