ଅମାବାସ୍ୟାରେ ଶ୍ରୀମନ୍ଦିର ସେବାୟତ କଳି,ନୀତିକାନ୍ତି ବିଳମ୍ବ : ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ନୀତିକାନ୍ତି ଆରମ୍ଭ।


ପୁରୀ,୧୫।୮,(ଉତ୍କଳ ନ୍ୟୁଜ୍୭) : ଶ୍ରୀ ମନ୍ଦିର ରେ ଅଭାବନୀୟ ଘଟଣା। ସେବାୟତ ଙ୍କ ମଧ୍ଯ ରେ ବିବାଦ ଯୋଗୁ ମହାପ୍ରଭୁ ଙ୍କ ସେବା ନୀତି ବନ୍ଦ । ଜଣେ ସେବା ନିବୃତ ସିଂହାରୀ ସେବାୟତ ଜୋର୍ ଜବର ଦସ୍ତ ମହାପ୍ରଭୁ ଙ୍କ ସେବା ରେ ସାମିଲ ହେବାକୁ ନେଇ ବିବାଦ ହୋଇଚି। ଫଳରେ ମହାପ୍ରଭୁ ଙ୍କ ମଙ୍ଗଳ ଆଳତୀ, ଅବକାଶ ନିତି ପରେ ନିତି ବଢ଼ି ପାରିଲା ନାହିଁ। ଫଳରେ ମହାପ୍ରଭୁ ଙ୍କ ନୀତି ବନ୍ଦ ରହିଥିଲା। ଯାହାକୁ ନେଇ ଶ୍ରୀ ମନ୍ଦିର ରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ତେବେ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ନିତିକାନ୍ତି କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଚି। ମହାପ୍ରଭୁ ଙ୍କ ବଡ ମହାସ୍ନାନ ନିତି ପରେ ମହାପ୍ରଭୁ ଙ୍କ ଅନ୍ୟାନ୍ୟ ନିତି ହେବ ।ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ନିଯୋଗ ସହ ଆଲୋଚନା କରି ବିବାଦ ର ସମାଧାନ କରିବା ପରେ ମହାପ୍ରଭୁ ଙ୍କ ନିତି କାନ୍ତି ଆରଂଭ ହୋଇଛି। ତେବେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶ କହିଛନ୍ତି ବର୍ତ୍ତମାନ କିଭଳି ମହାପ୍ରଭୁ ଙ୍କ ନିତି ଶୃଙ୍ଖଳ ରେ ଅନୁଷ୍ଠିତ ହେବ ତାହା ହେଉଚି ଗୁରୁତ୍ବପୁର୍ଣ। ଆଗାମୀ ଦିନ ରେ ବିଭିନ୍ନ ନିଯୋଗ ସହ ଆଲୋଚୋନା ପରେ ଯାହା କିଛି ପଦକ୍ଷେପ ନିଆଯିବ। ତେବେ ଆଜି ସପ୍ତ ପୁରୀ ଅମାବାସ୍ୟା ନୀତି ରହିଚି। ଅନେକ ସ୍ଵାତନ୍ତ୍ର ନୀତି ରହିଚି। ଏହି ନୀତି କୁ ଆଗେଇ ନେବା ପାଇଁ ବିବାଦ ର ସମାଧାନ କରଯାଇଛି । ତେବେ ସେବା ରୁ ନିଲମ୍ବିତ ହୋଇଥିବା ଉକ୍ତ ସେବକ କାହିଁକି ଆଜି ଶ୍ରୀ ମନ୍ଦିରର ଗର୍ଭ ଗୃହ କୁ ପ୍ରଵେଶ କଲେ, ତାଙ୍କୁ କିଏ ସହଯୋଗ କଳା ସେ ପ୍ରସ୍ନ ର ସଠିକ୍ ଉତ୍ତର ଦେଇ ପାରିନାହାଁନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ। ପରବର୍ତୀ ସମୟ ରେ ସମୀକ୍ଷା କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ କହି କଥା ଏଡ଼ାଇ ଯାଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ।। ତେବେ ଗର୍ଭ ଗୃହ ରେ ପ୍ରଵେଶ ନେଇ ସ୍ଵତନ୍ତ୍ର sop କରାଯିବ। ଆଗାମୀ ଦିନ ରେ ସମୀକ୍ଷା କରାଯାଇ ମହାପ୍ରଭୁ ନୀତି ରେ ବାଧା ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ କୁ ଶୁଚନା ଦେଇଛନ୍ତି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ।

Previous Post Next Post