ବୋଲଗଡ଼ରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ।

utkalnews7
By
0

 

             


                    (ଗୁରୁବିନା ସମାଜର ବିକାଶ ଅସମ୍ଭବ )

ବୋଲଗଡ଼,୫।୯,(ଉତ୍କଳ ନ୍ୟୁଜ୍୭) :  ବୋଲଗଡ଼ ବ୍ଲକ ଶିକ୍ଷକ ପରିବାର ଆନୁକୂଲ୍ୟରେ ମଙ୍ଗଳବାର ଦିନ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ସରକାରୀ ବାମନ ହାଇସ୍କୁଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷlଧିକାରୀ ଡ଼ଃ ନିରଞ୍ଜନ ମହାନ୍ତି, ମୁଖ୍ୟବକ୍ତା ଭାବେ ବୋଲଗଡ଼ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମ ଚରଣ ବେହେରା ଓ ସଂମ୍ମାନିତ ଅତିଥିଭାବେ ଖୋର୍ଦ୍ଧା ବିଜେବି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ, ସହ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ନାଥ ସ୍ୱାଇଁ, ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀ, ମଳୟ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।ଉତ୍ସବର ପ୍ରାରମ୍ଭରେ ବ୍ଲକ ଶିକ୍ଷକ ପରିବାର ସମ୍ପାଦକ ଶୈଳେନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମସ୍ତ ନିମନ୍ତ୍ରିତ ଅତିଥିମାନେ ଜଗତରନାଥ ଜଗନ୍ନାଥ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ସର୍ବପଲ୍ଲୀ ଡ଼ଃ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ଫୁଲ, ଚନ୍ଦନ,ଧୂପ,ଦୀପ ସହିତ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ।ସମସ୍ତ ନିମନ୍ତ୍ରିତ ଅତିଥିମାନେ ସମାଜର ବିକାଶକ୍ଷେତ୍ରରେ ଗୁରୁମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ! ଏହି ଅବସରରେ ଆଦର୍ଶ ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ, ପ୍ରମୋଦ କୁମାର ସ୍ୱାଇଁ, ସୁବାସ ଚନ୍ଦ୍ର ଖଟାଇଙ୍କ ସମେତ ୧୮ଜଣ ଶିକ୍ଷକଙ୍କୁ ବୋଲଗଡ଼ ବ୍ଲକ ଶିକ୍ଷକ ପରିବାର ତରଫରୁ ମୁଖ୍ୟତିଥି ଡ଼ଃ ନିରଞ୍ଜନ ମହାନ୍ତି ମାନପତ୍ର, ଉତ୍ତରୀୟ, ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*