ବ୍ଲକ୍ ସ୍ତରୀୟ କଂଗ୍ରେସ ଜନ ଜାଗରଣ ସମ୍ମିଳନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

utkalnews7
By
0



ବୋଲଗଡ଼,୮।୧୦(ଉତ୍କଳ ନ୍ୟୁଜ୍୭): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଓ ବୋଲଗଡ଼ ବ୍ଲକ କଂଗ୍ରେସ ସଭାପତି ସଞ୍ଜୟ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ବ୍ଲକସ୍ତରୀୟ  କଂଗ୍ରେସ ଜନ ଜାଗରଣ ସମ୍ମିଳନୀ ପ୍ରସ୍ତୁତି ବୈଠକ ରବିବାର ଦିନ ବାଙ୍କୋଇ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ତାରେଶ୍ୱର ଦେବଙ୍କ ମନ୍ଦିର କଲ୍ୟାଣ ମଣ୍ଡପଠାରେ  ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ   ତଥା ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ପୂର୍ଥୀ ବଲ୍ଳଭ ପଟ୍ଟନାୟକ ଯୋଗଦେଇଥିଲେ।ଆସନ୍ତା ୨୭ତାରିଖ ଦିନ ଖୋର୍ଦ୍ଧାଠାରେ  ଜିଲ୍ଲାସ୍ତରୀୟ କଂଗ୍ରେସ ଜନ ଜାଗରଣ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀରୁ  ୩୦୦୦ରୁ ଉର୍ଦ୍ଧ୍ବ କଂଗ୍ରେସକର୍ମୀ ଯୋଗଦେବେ ବୋଲି  ବୈଠକରେ ନିଷ୍ପତି ନିଆଗଲା । ଏହି ବ୍ଲକ୍ ସ୍ତରୀୟ  କଂଗ୍ରେସ ଜନ ଜାଗରଣ ସମ୍ମିଳନୀ ପ୍ରସ୍ତୁତି ବୈଠକରେ କଳାଙ୍ଗ ଗ୍ରାମପଞ୍ଚାୟତ ସଭାପତି ଗଙ୍ଗାଧର ଦାସ, ପୂର୍ବତ୍ତନ କଂଗ୍ରେସ ସେବାଦଳ ଅଧକ୍ଷ ମାଧବ ବିଶ୍ୱାଳ, ସଂଯୋଜକ ସିମାଞ୍ଚଳ ଖଣ୍ଡାଇ, ନଟବର ପାଣ୍ଡେ, କୃଷ୍ଣ୍ ଚନ୍ଦ୍ର ପଟ୍ଟଯୋଶୀ, ବାବୁ ସ୍ୱାଇଁ, ୧୯ଟି ଗ୍ରାମ ପଞ୍ଚାୟତର ସମସ୍ତ କଂଗ୍ରେସ ସଭାପତି, ସରପଞ୍ଚ ବିଜୟ କୁମାର ସେଠୀ, ପୂର୍ବତ୍ତନ ସରପଞ୍ଚ ରଘୁନାଥ ସାହୁ, କଂଗ୍ରେସ ନେତା ବିଜୟ କୁମାର ମହାନ୍ତି, ନବକିଶୋର ପଣ୍ଡା ପ୍ରମୁଖ ବହୁ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ ।ଆଗାମୀ ଦିନରେ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ହୃତ ଗୌରବ ଫେରାଇ ଆଣିବାକୁ  କଂଗ୍ରେସ ନେତା ଶ୍ରୀପଟ୍ଟନାୟକ   କର୍ମୀମାନଙ୍କୁ ଉତ୍ସlହିତ  କରିଥିଲେ । ଏହି ଅବସରରେ ଉପସ୍ଥିତ ଶତାଧିକ କଂଗ୍ରେସ କର୍ମୀମାନେ ତାରେଶ୍ବର ଦେବଙ୍କ ପୀଠରେ ଶପଥ ନେଇଥିଲେ ।ପରିଶେଷରେ ବରିଷ୍ଠ କଂଗ୍ରେସ କର୍ମୀ ଗଙ୍ଗାଧର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



ବୋଲଗଡ଼ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ବ୍ଲକ୍ ସ୍ତରୀୟ ଜନ ଜାଗରଣ ସମ୍ମିଳନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

Post a Comment

0 Comments

Please Select Embedded Mode To show the Comment System.*