୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ୨୦୨୩ ପାଳିତ।

utkalnews7
By
0


ଟାଙ୍ଗୀ,୮।୧୦(ଉତ୍କଳ ନ୍ୟୁଜ୍୭) :  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ସମ୍ମିଳନୀ କକ୍ଷରେ  ମହାଡ଼ମ୍ବରରେ ୬୯ତମ ବନ୍ୟପ୍ରାଣୀ ସପ୍ତାହର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଟାଙ୍ଗୀ ଓ ଚିଲିକା ବନ୍ୟପ୍ରାଣୀ ମିଳିତ ଆନୁକୂଲ୍ୟରେ ଭେଟେରାନ ବନ୍ୟପ୍ରାଣୀ ପ୍ରେମୀ ସୁଳପାଣି ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥିଭାବେ ମୁଖ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଯୁଗଳ କିଶୋର ଦାଶ,ସ୍ବତନ୍ତ୍ର ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧକ୍ଷ ଗୋପିନାଥ ମହାରଣା,ସମ୍ମାନୀତ ଅତିଥିଭାବେ ଡିଏଫଓ ଅମ୍ଳାନ କୁମାର ଅଧିକାରୀ,ଚିଲିକା ସହ ବନ୍ୟପ୍ରାଣୀ ଅଧିକାରୀ ପ୍ରମୋଦ କୁମାର ସେଠୀ,ଶତାବ୍ଦୀ ମିଶ୍ର ଯୋଗ ଦେଇଥିଲେ। ମଂଚ ସଂଚାଳନ ଓ ଅତିଥି ପରିଚୟ ସହ ଧନ୍ଯବାଦ ଦେଇଥିଲେ। ପଶୁପକ୍ଷୀ ପ୍ରେମୀ ଧନେଶ୍ଵର ବିଧାର। ଚିଲିକା ଆମର ଗର୍ବ ଓ ଚିଲିକାରେ ଥିବା ଡଲଫିନ୍ ସହ ବିଭିନ୍ନ ପ୍ରଜାତିର ବିଦେଶୀ ଓ ଦେଶି ପକ୍ଷୀ ମାନଙ୍କୁ ସୁରକ୍ଷା ଦେଇ ଚିଲିକାର ସୌନ୍ଦର୍ଯ୍ୟରେ ସାହଯ୍ୟ କରିବା ଏହି ୬୯ ତମ ବନ୍ୟପ୍ରାଣୀ ସପ୍ତାହର ମୁଖ୍ଯ ଉଦ୍ଦେଶ୍ଯ ବୋଲି ଉପସ୍ଥିତ ଅତିଥିଗଣ ମତ ରଖିଥିଲେ। ଗାନ୍ଧୀ ଜୟନ୍ତୀ ରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଆଜି ଥିଲା ବନ୍ୟପ୍ରାଣୀ ସପ୍ତାହ ର ଉଦଯାପନୀ କାର୍ଯ୍ୟକ୍ରମ। ଏହି ସଭାରେ ଚକୁଳିଆ ପଣ୍ଡା, ପାଲା ଓ ସଂଗୀତ ମାଧ୍ୟମରେ ସଚେତନତା କରାଯାଇଥିଲା। ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ତତ୍ ସହିତ ଟାଙ୍ଗୀ ମିଡିଆ ସଂଘ ଓ ନିରାକାରପୁର ସାମ୍ବାଦିକ ସଂଘର  ସାମ୍ବାଦିକ ଭାଇମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥିଗଣ ସମ୍ମାନୀତ କରିଥିଲେ।କିଛି ପକ୍ଷୀ ସଚେତନତା ବ୍ୟକ୍ତି ବିଶେଷ, ମହାବୀର ପକ୍ଷୀ ସୁରକ୍ଷା ସଂଘ ଓ ମଂଗଳାଯୋଡି ପକ୍ଷୀ ସୁରକ୍ଷା ସମିତି, ସଭାରେ ସଚେତନତା କାର୍ଯ୍ୟକ୍ରମ କରିଥିବା ବ୍ୟକ୍ତିମାନଙ୍କୁ  ଉତ୍ତରୀୟ ପ୍ରଦାନ କରି ଉତ୍ସାହିତ କରିଥିଲେ ଅତିଥିଗଣ।ଟାଙ୍ଗୀ-ଚିଲିକା ବନ୍ୟପ୍ରାଣୀ ବିଭାଗ ରେଞ୍ଜର ବିରାଜ ଦାସ ଓ ବାଲୁଗାଁ ରେଞ୍ଜର ରଶ୍ମିତା ଜେନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଟାଙ୍ଗୀ ଓ ଚିଲିକା ବନ୍ୟପ୍ରାଣୀ ବିଭାଗ ର ସମସ୍ତ କର୍ମଚାରୀ ସକ୍ରୀୟ ସହଯୋଗ କରି ସଭାକୁ ସଫଳ କରାଇଥିଲେ ।

Post a Comment

0 Comments

Please Select Embedded Mode To show the Comment System.*