ମରୁଡି ଘୋଷଣା ଦାବିରେ ରାଜ ରାସ୍ତାରେ ଚାଷୀ।

utkalnews7
By
0


ଟାଙ୍ଗୀ,୧୧।୧୧,(ଉତ୍କଳ ନ୍ୟୁଜ୍୭): ଦୀର୍ଘ ୨୩ ବର୍ଷର ରାଜ୍ୟ ସରକାର ଚାଷୀଙ୍କୁ ବାରମ୍ବାର ପ୍ରତାରଣା କରୁଛି।ଓଡିଶାର ବହୁ ଅଂଚଳରେ ମରୁଡି ଦେଖାଯିବାରୁ ଚାଷୀମାନେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି।ରାଜ୍ୟ ସରକାର ଚାଷୀଙ୍କ କ୍ଷୟକ୍ଷତି ଆକଳନ ନକରି ନିର୍ବାଚନ ବାତାବରଣ ଏବଂ ନିଜସ୍ୱ ପ୍ରଚାର ପ୍ରସାର କରିବାରେ ଲାଗି ପଡିଛି।ଖୋର୍ଦ୍ଧା ଜିଲ୍ଲା ମଲାଗୁଣୀ ନଦୀର ରାମେଶ୍ୱର ଠାରେ ଭୁତପୂର୍ବ ମୂଖ୍ୟମନ୍ତ୍ରୀ ତଥା ଆସାମ ରାଜ୍ୟର ରାଜ୍ୟପାଳ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କରକମଳରେ ଚାଷୀଙ୍କ ହିତ ପାଇଁ ବ୍ୟାରେଜ ନିର୍ମାଣ ହୋଇଥିଲା ହେଲେ ବ୍ୟାରେଜ ଜରାଜୀର୍ଣ୍ଣ ଅବସ୍ଥାରେ ବ୍ୟାରେଜ ଗେଟ ଫନି ବାତ୍ୟା ରେ ଭାଗିଂ ଯାଇଥିଲା ବେଳେ ଆଜି ପର୍ଯ୍ୟନ୍ତ ବ୍ୟାରେଜ ଗେଟ ମରାମତି ହୋଇପାରିନି ମୁକୁଳା ପଡିଛି ବ୍ୟାରେଜ।କେନାଲରେ ପାଣି ଆସୁନାହିଁ  କେନାଲରେ ପାଣି ଗଲେ ୬/୭ଖଣ୍ଡ ଗ୍ରାମପଞ୍ଚାୟତ ର ଚାଷୀମାନେ ଉପକୃତ ହୁଅନ୍ତେ ହେଲେ ଚଳିତବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ମରୁଡି ସମସ୍ୟା ଉପୁଜୁଛି ଚିନ୍ତାରେ ଚାଷୀ ପାଣି ପାଇଁ ସ୍ଥାନୀୟ ନିରାକାରପୁର ଅଂଚଳର ଚାଷୀ କେନାଲ ପାଣି ପାଇଁ ବାରମ୍ବାର ଜିଳା ପ୍ରଶାସନ ନିକଟରେ ଗୁହାରି କରିଥିବା ବେଳେ କେହି କର୍ଣ୍ଣପାତ କରୁନାହାନ୍ତି ପ୍ରତିବାଦରେ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି।ନୂଆ ଜଗନ୍ନାଥ ସଡକ ନିରାକାରପୁର ରାଜସ୍ୱ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ରାସ୍ତା ଅବରୋଧ କରି ଧାରଣାରେ ବସିରହି କରିଛନ୍ତି ପ୍ରତିବାଦ।ଶାସନ କ୍ଷମତାରେ ଦୀର୍ଘ ୨୩ବର୍ଷ ଧରି ନବୀନ ସରକାର ଚାଷୀଙ୍କ ପାଇଁ ଜଳସେଚନ, ଶୀତଳଭଣ୍ଡାର ଇତ୍ୟାଦିର କୌଣସି ବ୍ୟବସ୍ଥା କରିନାହାନ୍ତି। ଫଳରେ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି ।ଜଳସେଚନ ଅବ୍ୟବସ୍ଥା କାରଣରୁ ଚାଷ ଓ ଚାଷୀ ପ୍ରଭାବିତ ହୋଇଛି ।ଧାନ କ୍ଷେତରେ ଫୁଲ ଓ ଫଳ ସମୟରେ ଜଳର ଅଭାବ କାରଣରୁ ଜମି ଫାଟି ଆଁ କଲାଣି । ରାଜ୍ୟ ସରକାର ବିଭାଗୀୟ ଅଧିକାରୀ ମାନଙ୍କୁ କ୍ଷୟକ୍ଷତି ଆକଳନ କରି ପଠାଇ ମରୁଡି ଘୋଷଣା କରି ସହାୟତା ପ୍ରଦାନ କରିବାକୁ  ଚାଷୀମାନେ ଦାବି କରିଛନ୍ତି।ସରକାର ଚାଷୀଙ୍କ ସମସ୍ୟା ଉପରେ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନ କୁ ଜୋରଦାର କରିବା ପାଇଁ ଚେତାବନୀ ଦେଇଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*