ପାଣି ଅଭାବରୁ ଉଜୁଡ଼ି ଗଲା ଧାନ ଫସଲ, ଜୀବନ ହାରିଲେ ଚାଷୀ ।

utkalnews7
By
0


ଟାଙ୍ଗୀ/ରଣପୁର,୫/୧୧,(ଉତ୍କଳ ନ୍ୟୁଜ୍୭) : ରାଜ୍ୟରେ ବର୍ଷା ଅଭାବ ରୁ ଅନେକ ସ୍ଥାନରେ ଦେଖା ଦେଇଛି ମରୁଡ଼ି ପରିସ୍ଥିତି। ତେବେ ପାଣି ଅଭାବରୁ  ଅଭାବରୁ ଧାନ ଫସଲ ଉଜୁଡ଼ି ଯିବାରୁ ଧାର କରଜ କରି ଆଣିଥିବା ଟଙ୍କା ପରିଶୋଧ ନେଇ ଚିନ୍ତାରେ ଆତ୍ମହତ୍ୟା କଲେ ଚାଷୀ । ଏପରି ଏକ ଦୁଃଖଦ ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଓସ୍ତପଡା ଗାଁରେ । ଓସ୍ତପଡା ଗାଁର ଚାଷୀ ଗୋବିନ୍ଦ ସାହୁ(୬୨) ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଧାର କରଜା କରି ଚାଷ କରିଥିବା ବେଳେ ଜଳ ସେଚନ ଅସୁବିଧାରୁ ଧାନ ଫସଲ ମରି ଯାଇଥିଲା। କେମିତି ଋଣ ପରିଶୋଧ କରିବେ ତାକୁ ନେଇ କିଛି ଦିନ ହେବ ଗୋବିନ୍ଦ ଚିନ୍ତା ରେ ଥିଲେ।ଏହି ଚିନ୍ତାରେ ଆଜି ଗୋବିନ୍ଦ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ବଡ ଚିନ୍ତା, ରାଜ୍ୟରେ ଆଉ ଏପରି କେତେ ଦିନ ଚାଲିବ। ଏମିତି ଆଉ କେତେ ଚାଷୀ ନିଜ ଜୀବନ ଦେବେ। ତେବେ ମୃତ ଚାଷୀ ଗୋବିନ୍ଦ ଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଦାବି କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*