ରାଜସୁନାଖଳା ମହୋତ୍ସବ କାଉଁରି ୨୦୨୩ର ୨ୟ ସଂନ୍ଧ୍ୟା,ପାଇକ ଆଖଡ଼ା ନୃତ୍ୟରେ ଦର୍ଶକ ଆକର୍ଷିତ ।

utkalnews7
By
0


ରଣପୁର/ରାଜସୁନାଖଳା,୯।୧୨,(ଉତ୍କଳ ନ୍ୟୁଜ୍୭): ରାଜ ସୁନାଖଳା  ସିଟି ସ୍କୁଲ ପଡିଆରେ ଚାଲିଥିବା ରାଜ ସୁନାଖଳା ମହୋତ୍ସବ କା ଉଁ ରି ୨୦୨୩ ର ଶନିବାର ଦ୍ଵିତୀୟ ସଂନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ପାରିବେଷିତ ହୋଇଥିଲl  ।ପାଇକ ଆଖଡ଼ା, ଶିଳ୍ପ ନିକେତନ,ଓଡିଶୀ ସମ୍ବଲପୁରୀ,ଓ ମଡ଼ର୍ଣ ଡ୍ୟାନ୍ସ  ଏଥି ସହିତ ଖଞ୍ଜଣୀ ଭଜନ, ସଂକୀର୍ତନ ଆଦି ପାରିବେଷିତ ହୋଇଥିଲା l ବିଶେଷଭାବେ ଖୋଲା ଆକାଶ ରଙ୍ଗ ମଞ୍ଚ ରେ ପାଇକ ଆଖଡ଼ା ନୃତ୍ୟରେ ଦର୍ଶକ ଆକର୍ଷିତ ହୋଇଥିଲେ ।ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମହୋତ୍ସବ କମିଟିର ସଭାପତ ଆର୍ତ୍ତତ୍ରାଣ ପ୍ରଧାନ ସଭାପତିତ୍ୱ କରିଥିଲେ l ମହୋତ୍ସବ    ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଅଭିଭାଷଣ ଦେଇଥିଲେ l


ମୁଖ୍ୟ ଅତିଥି ରୂପେ ରଣପୁର ବିଧାୟକ  ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ବକ୍ତା ରୂପେ  ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଉପଦେଷ୍ଟା  ଦୁର୍ଗା ସାମନ୍ତରାୟ, ସମ୍ମାନିତ ବକ୍ତା ଭାବେ ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,ସମ୍ମାନିତ ଅତିଥି ରୂପେ ବଡକୁମାରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, କିଶୋର ଚନ୍ଦ୍ର ରାଉତରାୟ, ପ୍ରସନ୍ନ କୁମାର ସ୍ଵାଇଁ ପ୍ରମୁଖ ବକ୍ତବ୍ୟ ଦେଇଥିଲେ  l ଏହି ଅବସରରେ ମହୋତ୍ସବ ପାଇଁ ସ୍ୱର ଓ ବକ୍ତୃତା ପ୍ରତିଭା ପ୍ରତିଯୋଗିତାରେ ଚୟନ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ  ମାନପତ୍ର ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ l   ସାମ୍ବାଦିକ ଜୟନ୍ଦ୍ର ବେହେରା  ଓ ରାଜେନ୍ଦ୍ର ସାହୁ ଉପସ୍ଥାପନା କରିଥିଲେ । ବିଳମ୍ୱିତ ରାତ୍ରୀ ପର୍ଯ୍ୟନ୍ତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ମିନା ବଜାରରେ ଗହଳି ଜମିଥିଲା।


Post a Comment

0 Comments

Please Select Embedded Mode To show the Comment System.*