ରଣପୁର ମହୋତ୍ସବ "ଅର୍ଜୁନ-୨୦୨୫ "ଚତୁର୍ଥ ଦିବସରେ ୱେଷ୍ଟ ବେଙ୍ଗଲର ଖୁମୁରା ଦର୍ଶକଙ୍କ ମନମୋହିଲା ।

utkalnews7
By
0

 


ରଣପୁର,୦୮/୦୧,( ଉତ୍କଳ ନ୍ୟୁଜ୍୭) : ରଣପୁର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ଥାନୀୟ ମିନି ଷ୍ଟାଡିଅମ ବାଘ ସାମନ୍ତ ପଡିଆରେ ଚାଲିଥିବା ରଣପୁର ମହୋତ୍ସବ ଅର୍ଜୁନର ଚତୁର୍ଥ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ମହୋତ୍ସବର ଚତୁର୍ଥ ସନ୍ଧ୍ୟାକୁ କବି ଭକ୍ତ ଚରଣ ଦାସଙ୍କ ନାମରେ ଉତ୍ସର୍ଗୀକୃତ କରାଯାଇଛି | ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଏକ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏଥିରେ ରଣପୁର ତଥା ନୟାଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କବି କବୟିତ୍ରୀମାନେ ଯୋଗଦେଇ ରଣପୁର ମାଟିର ଐତିହ୍ୟ, ବୀରତ୍ୱ ଓ ଗୌରବ ଗାଥାକୁ କବିତା ମାଧ୍ୟମରେ ପାଠ କରିଥିଲେ | ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ସାଧାରଣ ସଭା ମହୋତ୍ସବ କମିଟିର ସଭାପତି ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ସଭାପତିତ୍ୱ କରିଥିଲେ | ଏହି ସଭାରେ ମୁଖ୍ୟଅତିଥି ଭାବେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସମ୍ମାନିତ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ସାଂସଦ ତଥା ପୂର୍ବତନ ରଣପୁର ବିଧାୟକ ରବି ନାରାୟଣ ମହାପାତ୍ର, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦାମନ, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ |




ଶିବ ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ | ସଙ୍ଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ସତ୍ୟ ନାରାୟଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ |ଏହା ସହିତ ୟୁଟ୍ୟୁବର ପାଗା ଭାଇ ଓ ନୀତିଆ ନନାଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲା | ସଭା ଶେଷରେ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହା ସହିତ ଦୁଇ ଜଣ ଶତାୟୁ ବର୍ଷୀୟ ବୃଦ୍ଧବୃଦ୍ଧାଙ୍କୁ ପୁରସ୍କୃତ କରାଯାଇଥିଲା | ଡେରାଡୁନରେ ରଥଯାତ୍ରା କରି ଓଡିଶାର ସଂସ୍କୃତିକୁ ପ୍ରଚାର ପ୍ରସାର କରୁଥିବା ରଣପୁର ମାଟିର ପୁତ୍ର ଡ଼ଃ.ସୁବାଷ ଚନ୍ଦ୍ର ଶତପଥୀଙ୍କୁ ଚତୁର୍ଥ ଦିବସରେ ଅତିଥିମାନେ ମହୋତ୍ସବ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ।ରାଜ୍ୟ ସରକାରଙ୍କ ଢେମସା ନୃତ୍ୟ, ଜିଲ୍ଲା ପ୍ରଶାସନର ଘୋଡା ନାଚ, ମହାରାଷ୍ଟ୍ରର ଲାଉଣୀ, ୱେଷ୍ଟ ବେଙ୍ଗଲର ଖୁମୁରା, ନେପାଳୀ ନୃତ୍ୟ ଏବଂ ଭାରତ ସରକାରଙ୍କ ତ୍ରିପୁରା ନୃତ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ମନୋରଞ୍ଜନର ରଖିଥିଲା | ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ସାଂସ୍କୃତିକ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ | ପରିଶେଷରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ | 

(ରଣପୁରରୁ ଯଦୁନାଥ ସମନ୍ତରାୟଙ୍କ ରିପୋର୍ଟ ଉତ୍କଳ ନିୟୁଜ ୭) ।

Post a Comment

0 Comments

Please Select Embedded Mode To show the Comment System.*