ଟାଙ୍ଗୀରେ ଶ୍ରମିକ ଦିବସ ପାଳିତ ।

utkalnews7
By
0


ଟାଙ୍ଗୀ,୧।୫,(ଉତ୍କଳ ନ୍ୟୁଜ୍୭) : ଆଜି ବିଶ୍ବ ଶ୍ରମିକ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ସିପିଆଇ(ଏମ୍) ଆଞ୍ଚଳିକ କମିଟି ପକ୍ଷରୁ ଟାଙ୍ଗୀ ବଳରାମ ଦେବ ମଣ୍ଡପ ନିକଟରୁ ଶତାଧିକ ଶ୍ରମିକ ମାନଙ୍କୁ ନେଇ ଶୋଭାଯାତ୍ରା ବାହାରି ଟାଙ୍ଗୀ ଗ୍ରାମ ପରିକ୍ରମା କରି ସାରି ମଧୁମଙ୍ଗଳ ପଡ଼ିଆରେ ପହଞ୍ଚି ଶ୍ରମିକ ଦିବସ ଉପଲକ୍ଷେ ଲାଲ୍ ପତାକା ଉତ୍ତୋଳନ କରାଯାଇଥିଲା। ପ୍ରାକ୍ତନ ଶିକ୍ଷକ ସଦାଶିବ ବେହେରା ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ସଭାକାର୍ଯ୍ୟରେ ଖୋର୍ଦ୍ଧା ଜିଲ୍ଲା ସିପିଆଇ (ଏମ୍) ସମ୍ପାଦକ ଗିରିଶ ଚନ୍ଦ୍ର ମହାରଣା ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭାରେ ବିଧୁଭୂଷଣ ମହାରଣା , ସମ୍ପାଦକ ,ସିପିଆଇ (ଏମ୍) ଆଞ୍ଚଳିକ କମିଟି, ଟାଙ୍ଗୀ, ସଦାଶିବ ବେହେରା, ପିତାମ୍ବର ରଣା ଉପସ୍ଥିତ ରହି ବିଶ୍ଵ ଶ୍ରମିକ ଦିବସ ସମ୍ପର୍କରେ ଓ ଆଜିର ଦିନରେ ଶ୍ରମିକମାନେ ଅଧିକାର ପାଇଁ ଏକାଠି ହେବାକୁ ଉଦବୋଧନ ଦେଇଥିଲେ । ଆସନ୍ତା ୨୦ ତାରିଖରେ ସର୍ବଭାରତୀୟ ଭାରତ ବନ୍ଦ ଆନ୍ଦୋଳନକୁ ସଫଳ କରିବାକୁ ସମସ୍ତଙ୍କୁ ଯୋଗଦାନ ଦେବାପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ନିର୍ମାଣ ଶ୍ରମିକ କାର୍ଡ ୨୮ ଜଣଙ୍କୁ ପ୍ରଦାନ କରାଯିବ ସହ ୧୬ ଜଣ କୁଶଳୀ ଶ୍ରମିକମାନଙ୍କୁ ସମ୍ମାନିତ କରାଯାଇଥିଲା ।

Tags:

Post a Comment

0 Comments

Please Select Embedded Mode To show the Comment System.*