ଭଉଣୀଙ୍କୁ ଦେଇ ପାରିଲେନି ସାବିତ୍ରୀ ଭାର , ଅଧା ବାଟରେ ଚାଲିଗଲା ଭାଇର ଜୀବନ।

utkalnews7
By
0


ଟାଙ୍ଗୀ,(ଉତ୍କଳ ନ୍ୟୁଜ୍୭),୨୪।୫: ସାବିତ୍ରୀ ବ୍ରତ ପାଇଁ ଭାର ନେଇ ଭଉଣୀ ଘରକୁ ଯାଉଥିଲା ଭାଇ , ଅଧାବାଟରେ ଚାଲିଗଲା ଭାଇର ଜୀବନ ।ଏପରି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ  ଟାଙ୍ଗୀ-ମଙ୍ଗଳାଯୋଡି ରାସ୍ତା ମଝିରେ ଥିବା ବର-ଓସ୍ତ ଗଛ ମୂଳରେ । ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନ ସମୟରେ ଯୁବକ ଜଣଙ୍କ ଏକ ବାଇକ୍ ଯୋଗେ ନିଜ ଗ୍ରାମ କନ୍ତଳବାଈ ରୁ ଜରିପଡା ଗ୍ରାମରେ ଥିବା ଭଉଣୀ ଘରକୁ ସାବିତ୍ରୀ ଅମାବାସ୍ୟା ଭାର ନେଇ ଯାଉଥିବା ବେଳେ ଅଚାନକ ବର୍ଷା ସହ ବିଜୁଳି , ଘଡ଼ଘଡ଼ି ମାରିଥିଲା। ସେହି ସମୟରେ ଯୁବକ ଜଣଙ୍କ ଟାଙ୍ଗୀ -ମଙ୍ଗଳାଯୋଡି ପୂର୍ତ୍ତ ବିଭାଗ ରାସ୍ତା ମଝିରେ ଥିବା ଏକ ବର-ଓସ୍ତ ଗଛ ମୂଳରେ  ଆଶ୍ରୟ ନେଇଥିଲେ ।ହେଲେ କିଏ ଜାଣିଥିଲା ଘଟିବ ଏପରି ଏକ ଅଘଟଣ। ଗଛ ମୂଳରେ ବଜ୍ରାପାତରେ ଉଡ଼ି ଯାଇଥିଲା ଯୁବକ ଜଣଙ୍କର ପ୍ରାଣବାୟୁ ।ମୃତ ଯୁବକ ଜଣଙ୍କ ଜଣକ ହେଉଛନ୍ତି ଟାଙ୍ଗୀ ଥାନା କନ୍ତଳବାଈ ଗ୍ରାମର ନବ କିଶୋର ମହାପାତ୍ର ଙ୍କ ପୁଅ ଅଭୟ ମହାପାତ୍ର (୩୫)। ବର୍ଷା ଛାଡ଼ିବା ପରେ ସେହି ରାସ୍ତାରେ ଯାତାୟତ କରୁଥିବା ଲୋକମାନେତାଙ୍କୁ ଦେଖି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ। ଏହି ଖବର ପ୍ରଚାରିତ ହେବାପରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିସରରେ ତାଙ୍କର ବହୁ ପ୍ରୀୟା ପରିଜନଙ୍କ ଭିଡ଼ ଜମିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Post a Comment

0 Comments

Please Select Embedded Mode To show the Comment System.*