ବ୍ରହ୍ମପୁର,୧୫।୮,(ଉତ୍କଳ ନ୍ୟୁଜ୍୭): ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ଗଞ୍ଜାମ ଆଇନ୍ ମହାବିଦ୍ୟାଳୟରେ ଚଳିତ ବର୍ଷ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ବିନାୟକ ପଟ୍ଟନାୟକ ପତାକା ଉତୋଳନ କରିଥିଲେ ଏବଂ କଲେଜ ସଭାପତି,ଅଧ୍ୟାପକ,ଅଧ୍ୟାପିକା,ପାଠାଗାର ମୁଖ୍ୟ ଓ ଅନ୍ୟ କର୍ମଚାରୀ ଏବଂ ଛାତ୍ର,ଛାତ୍ରୀ ମାନେ ଯୋଗ ଦେଇଥିଲେ।
ପତକା ଉତ୍ତୋଳନ ପରେ ସମସ୍ତେ ଜାତୀୟ ପତକା କୁ ସମ୍ମାନ ଦେଇ ଜାତୀୟ ସଙ୍ଗୀତ ଗାନ କରିଲେ ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ ରେ ନାରା ଦେଲେ।କଲେଜ ଅଧ୍ୟକ୍ଷ ସ୍ଵାଧୀନତା ର ସେଇ ସଂଘର୍ଷ କାହାଣୀ କୁ ଅଭିଭାଷଣ ରେ ରଖିଥିଲେ ଏବଂ ଅଧ୍ୟାପକ ତ୍ରିଲୋଚନ ଲେଙ୍କା ମଧ୍ୟ କିଛି ବକ୍ତବ୍ୟ ପ୍ରଦାନ କରିଥିଲେ।
ଦ୍ଵିତୀୟ ବର୍ଷ ଛାତ୍ର ରୁଦ୍ର ନାରାୟଣ ନାୟକ ଅତି ସୁନ୍ଦର୍ ଭାବରେ ସ୍ଵାଧୀନତା ର ଗାଥା କୁ ବର୍ଣ୍ଣନା କରିଥିଲେ।ଶେଷରେ ଅଧ୍ୟାପକ ଲୋକନାଥ ପାତ୍ର ଧନ୍ୟବାଦ୍ ଅର୍ପଣ କରି ସଭାସଙ୍ଗ କରିଥିଲେ।




0 Comments