Ad Code

Responsive Advertisement

୩ଟି ମୃତ ପକ୍ଷୀ ଜବତ, ଜଣେ କୋର୍ଟ ଚାଲାଣ।



ଟାଙ୍ଗୀ,୨୬।୧୨,(ଉତ୍କଳ ନ୍ୟୁଜ୍ ୭) : ଚିଲିକାରେ କମିବାରେ ନାଁ ନେଉନି ପକ୍ଷୀ ଶିକାର । ସୁରକ୍ଷା ବ୍ୟବସ୍ଥା ଭେଦ କରି ଚାଲିଛି ଶୀକାର।ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ରେଞ୍ଜ ଅଧିନ ଲୁଚି-ଛପି ଚିଲିକା ରୁ ବିଦେଶୀ ପକ୍ଷୀ ଶିକାର କରି ତାହାକୁ ଏକ ଜରି ବ୍ୟାଗ ରେ ନେଉଥିବା ବେଳେ ଧରାପଡିଛି ଶିକାରୀ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ଭାରପ୍ରାପ୍ତ ରେଞ୍ଜର ଚିତ୍ରସେନ ଜେନା ଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଚିଲିକା କୂଳରେ ପାଟ୍ରୋଲିଂ କରୁଥିବା ବେଳେ ଏହି ପକ୍ଷୀ ଶିକାରୀ ଙ୍କୁ ଧରପଗଡ଼ କରିବା ପରେ ଶିକାରୀଙ୍କ ଠାରୁ ୩ ମୃତ ବିଦେଶୀ ପକ୍ଷୀ ( ନର୍ଦନ ପିଣ୍ଟେଲ୍ ) ଉଦ୍ଧାର କରାଯାଇଛି । ତଦନ୍ତ ବେଳେ ଟାଙ୍ଗୀ ଥାନା କାଟିଲାଗୋଠପାଟଣା ଅଞ୍ଚଳର ଗନ୍ଧିଆ ପ୍ରଧାନ ଗିରଫ ବିଷ କରିଛି। ଚିଲିକା କୂଳରେ ବିଦେଶୀ ପକ୍ଷୀଙ୍କୁ ବିଷ ପ୍ରୟୋଗ କରି ଶିକାର କରୁଥିବା ଅନୁମାନ କରୁଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ମୃତ ପକ୍ଷୀ ମାନଙ୍କୁ ପଞ୍ଚନମା ପାଇଁ ପଠାଇବା ସହ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ବିଭାଗ ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ବନ୍ୟାଞ୍ଚଳ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Post a Comment

0 Comments