ଅବକାରୀ ଚଢାଉ,୧୦ କିଲୋଗ୍ରାମ ଗଞ୍ଜେଇ ସହ ମୋଟର ସାଇକେଲ ଜବତ : ବେପାରୀ ଗିରଫ।

utkalnews7
By
0



ଟାଙ୍ଗୀ,୭।୧୨,(ଉତ୍କଳ ନ୍ୟୁଜ୍୭) :  ଆଜି ପୂର୍ବାହ୍ନ ପ୍ରାୟ ସକାଳ ୧୦ ଟା ସମୟରେ ଟାଙ୍ଗୀ ଅବକାରୀ ବିଭାାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ଚଢାଉ କରି ଟାଙ୍ଗୀ ଚିଲିକା ଛକ ନିକଟରେ ଏକ ମୋଟର ସାଇକେଲ ରେ ବୋଝେଇ ହୋଇଥିବା ୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡିଛିା ଘଟଣାରୁ ପ୍ରକାଶ ଅବକାରୀ ବିଭାାଗ ଖବର ପାଇ ଟାଙ୍ଗୀ ଚିଲିକା ଛକ ନିକଟରେ ଏକ ମୋଟର ସାଇକେଲ ଓଡି ୦୨ ଏ ଏଫ ୫୮୪୮ କୁ ଅଟକାଇ ବୋଝେଇ ହୋଇଥିବା ଗଞ୍ଜେଇ ବସ୍ତା ଯାହାର ଓଜନ ୧୦ କିଲୋ ୧୦୦ ଗ୍ରାମ ଜବତ କରିବା ସହ ଉଦୟନାଥ ବେହେରା ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଭାଗୀୟ ଅବକାରୀ ସବଇନସପେକ୍ଟର ରମେଶ ଚନ୍ଦ୍ର ବାରିକ ସୂଚନା ପ୍ରଦାନ କରିଛନ୍ତି। ଏହି ଚଢାଉ ରେ ଅବକାରୀ ରେଞ୍ଜ ଇନସପେକ୍ଟର ଅଜିତ କୁମାର ପାତ୍ର,ସବଇନସପେକ୍ଟର ଶ୍ରୀ ବାରିକ,ଏଏସଆଇ ଶମ୍ଭୁନାଥ ପାତ୍ର,ଅନିଲ ପ୍ରଧାନ,ମନୋଜ କୁମାର ଜୟସିଂହ,ସସ୍ମିତା ସେଠୀ ପ୍ରମୁଖ ସାମିଲ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*