Ad Code

Responsive Advertisement

ଅଟୋ ରିକ୍ସାକୁ ପିଟିଲା ପିକଅପ ଭ୍ୟାନ୍ ଜଣେ ମୃତ, ୫ ଗୁରୁତର ।


ଟାଙ୍ଗୀ ୨୫/୧୨,(ଉତ୍କଳ ନ୍ୟୁଜ୍୭) : କୁହୁଡି ହେଲା କାଳ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ଯାତ୍ରୀବାହୀ ଅଟୋ ରିକ୍ସାକୁ ପିଟିଲା ବୋଲେରୋ ପିକ ଅପ ଭ୍ୟାନ । ଘଟଣା ସ୍ଥଳରେ ଜଣେ ମୃତ,୫ଆହାତ । ମୃତକଙ୍କ ପରିଚୟ ମିଳି ପାରିନାହିଁ ।ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ଟାଙ୍ଗୀ ପୋଲିସ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପିକଅପ ଡ୍ରାଇଭର ଫେରାର ହୋଇଯାଇଛି ।ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତରମାନେ ଅନୁଗୁଳ ଅଞ୍ଚଳର ହୋଇଥିବା ବେଳେ ସେମାନେ ଭୁବନେଶ୍ବର ପାତ୍ରପତାରେ ଶ୍ରମିକ ଭାବରେ ରହୁଥିଲେ । ଆଜି କାମ ବନ୍ଦ ଥିବାରୁ ଶ୍ରମିକମାନେ ପାତ୍ରପଡାରୁ ଚିଲିକା ବୁଲିବାକୁ ଆସିଥିଲେ ।ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନଟି ମାଛ ଆଣିବା ପାଇଁ ବାଲୁଗାଁ ଯାଉଥିବା ସୂଚନା ମିଳିଛି । ଟାଙ୍ଗୀ ଥାନା ଅଧିକାରୀ ରବିନ୍ଦ୍ର କୁମାର ଭୁଜବଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ମୃତ ଦେହକୁ ପଞ୍ଚନାମା ପାଇଁ ପଠାଇବା ସହ ଘଟଣାର ତଦନ୍ତ କରି ପିକଅପ ଭ୍ୟାନ୍ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Post a Comment

0 Comments