କଟକ(ଉତ୍କଳ ନ୍ୟୁଜ୍୭): କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଗୁରୁଡିଝାଟିଆ ଥାନା ଅଧିନ ସାଉରିଆ ଗ୍ରାମରେ ଗତ ୨୦୧୬ ମସିହା ମାର୍ଚ୍ଚ ୩ତାରିଖରେ ଜମିଜମା ବିବାଦକୁ ନେଇ ଏକ ମରଣାନ୍ତକ ଆକ୍ରମଣ ଘଟଣାର ବିଚାର କରି ଆକ୍ରମଣକାରୀକୁ ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ,ଗତ ୨୦୧୬ମସିହା ମାର୍ଚ୍ଚ ୩ତାରିଖରେ ସାଉରିଆ ଗ୍ରାମର ଦୈତାରୀ ଜେନା ନିଜ ଘର ପାଖରେ ଥିବା ଜମିରେ ଚାଷ କରୁଥିବା ସମୟରେ ତାଙ୍କ ସଂପର୍କୀୟ ଦାଦା ହରେକୃଷ୍ଣ ଜେନା ଉକ୍ତ ଜମିରେ କାହିଁକି ଚାଷ କରୁଛ କରି ପାଟିତୁଣ୍ଡ ଓ ଝଗଡା କରିଥିଲେ । ଏହି ସମୟରେ ହରେକୃଷ୍ଣଙ୍କ ମାଆ କନକ ଜେନା ଚାଲିଆସିବାରୁ ହରେକୃଷ୍ଣ ଏକ ପଥରେ ତାଙ୍କ ମୁଣ୍ଡକୁ ଛେଚି ଆଘାତ କରିଥିଲେ । ପାଟିତୁଣ୍ଡ ଶୁଣି ହରେକୃଷ୍ଣଙ୍କ ପୁଅ ତାପସ ଜେନା ଘରୁ ଦୌଡିଆସି ଏକ ଛୁରୀରେ ଦୈତାରୀକଙ୍କ ପେଟ, ବେକ ଓ କାନ୍ଧରେ ଭୁସି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । କଟକ ବଡ ଡାକ୍ତରଖାନାରେ ୧୬ଦିନ ଚିକିତ୍ସା ପରେ ଦୈତାରୀ ସୁସ୍ଥ ହୋଇ ଫେରିଥିଲେ । ତେବେ ଉକ୍ତ ଘଟଣାର ପରଦିନ ଦୈତାରୀଙ୍କ ମାଆ ଗୁରୁଡିଝାଟିଆ ଥାନାରେ ଏତଲା ଦେବା ପରେ ପୁଲିସ ଉଭୟ ଅଭିଯୁକ୍ତ ହରେକୃଷ୍ଣ ଓ ତାଙ୍କ ପୁଅ ତାପସକୁ ଗିରଫ କରିଥିଲା । ମାମଲାର ବିଚାର କରିବା ବେଳେ ସମସ୍ତ ସାକ୍ଷ ପ୍ରମାଣକୁ ଆଧାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରଦୀପ୍ତ କୁମାର ସାହୁ ଅଭିଯୁକ୍ତ ତାପସ ଜେନାକୁ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରି ଶନିବାର ତାଙ୍କ ରାୟ ପ୍ରକାଶ କରିଛନ୍ତି । ତେବେ ଏଡିଜେ ଶ୍ରୀ ସାହୁ ହରେକୃଷ୍ଣଙ୍କର ବାର୍ଦ୍ଧକ୍ୟ ଏବଂ ତଦ୍ଜନିତ ଅସୁସ୍ଥତା କାରଣରୁ ବିଚାର ସମୟରେ ଯେତିକି ଦିନ ସେ କାରାଗାରରେ ରହିଛନ୍ତି ସେତିକି ଦିନ ଦଣ୍ଡ ହିସାବରେ ଗ୍ରହଣ କରି ତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଦେବାଶିଷ ସିଠ୍ ମାମଲାଟିକୁ ପରିଚାଳନା କରୁଥିଲେ ।
ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଗୁରୁତ୍ୱପୂର୍ଣ୍ଣ ରାୟ,ମରଣାନ୍ତକ ଆକ୍ରମଣକାରୀକୁ ୫ବର୍ଷ କାରାଦଣ୍ଡ।
By
July 17, 2022
0
Tags:

%20(22).jpeg)