ରଣପୁର,୧୫।୮,(ଉତ୍କଳ ନ୍ୟୁଜ୍୭):ରଣପୁର ବ୍ଲକ କନ୍ଧନୟାଗଡ ସ୍ଥିତ କଳିଙ୍ଗ ଭାରତୀ ବିଦ୍ୟା ନିକେତନ ରେ ୭୬ ତମ ସ୍ଵାଧୀନତା ଦିବସ ପାଳିତ ହୋଇଛି ।ଏହି ଅବସରରେ ଦୀର୍ଘ ତିନି ଦିନ ହେଲା ୭୫ ତମ ଅମୃତ ମହୋତ୍ସବ ବିଦ୍ୟାଳୟରେ ପାଳନ କରାଯାଇଥିଲା । ପିଲାଙ୍କ ମଧ୍ୟରେ ଚିତ୍ର, ନୃତ୍ୟ, ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ଉକ୍ତ ଉତ୍ସବରେ ନବୋଦୟ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଅରୁଣ କୁମାର ଦାସ ପତାକା ଉତୋଳନ କରି ପିଲାମାନଙ୍କୁ ଅଭିବାଦନ ଜଣାଇଥିଲେ । ଅମୃତ ଉତ୍ସବ ନିମନ୍ତେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାରତୀୟ ସଂସ୍କୃତି, ପରମ୍ପରା, ଉତ୍ସବ, କ।ଉଡ଼ିଆ, ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ବେଶ ହୋଇ ଗ୍ରାମ ପରିକ୍ରମା କରିଥିଲେ । କନ୍ଧନୟାଗଡ ପଞ୍ଚାୟତ ସ୍ଥିତ ରଘୁ ଦିବକରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମଲ୍ୟ ଗାନ୍ଧୀ ମଣ୍ଡପ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କନ୍ଧନୟାଗଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ ଉତ୍ସବରେ ବିଦ୍ୟାଳୟର ସଭାପତି ବିନାୟକ ଦାସ, ରବୀନ୍ଦ୍ର କୁମାର ମହାରଣା, ସୁଜାତା ସାହୁ, ମଣ୍ଟୁ ଗୁରୁଜୀ ସମେତ ସମସ୍ତ ଗୁରୁମା ମାନେ ଓ ବ।ହ।ନ ପ୍ରମୁଖ ମାନେ ମଧ୍ୟ ଉପସ୍ଥିଟା ରହି ସମସ୍ତ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ ।

0 Comments