ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

utkalnews7
By
0


ରଣପୁର,୧୪।୮,(ଉତ୍କଳ ନ୍ୟୁଜ୍୭): ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଓ ରଣପୁରର ମାନ୍ୟବର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ରାଜସୁନାଖଳା ଜୋନର ରାଜସୁନାଖଳା ଗ୍ରାମପଞ୍ଚାୟତ ସ୍ଥିତ ରାଜସୁନାଖଳା ରେଲୱେ ଷ୍ଟେସନ ନିକଟରେ ଓ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ମା' କଂକଳି ମନ୍ଦିର ପାଶ୍ୱବର୍ତ୍ତୀ ଅଂଚଳରେ "ବୃକ୍ଷରୋପଣ ଓ ପରିବେଶ ସଚେତନତା" କାର୍ଯ୍ୟକ୍ରମ, ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ତଥା ଆଇନଜୀବି ରାଜୀବ ଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ମାନିତ ଭାବରେ ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପ୍ରଧାନ,ନରେନ୍ଦ୍ରପୁର ସରପଞ୍ଚ ତ୍ରିନାଥ ରାଉତ,ରାଜସୁନାଖଳା ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ,ସାମ୍ବାଦିକ ପ୍ରଶନ୍ନ ସ୍ୱାଇଁ,ସାମାଜିକ କର୍ମୀ ଅପର୍ଣ୍ଣା ମିଶ୍ର,ସନ୍ତୋଷ କୁମାର ବରାଡ଼, ହରିହର ସାହୁ , ପ୍ରବୀଣ କୁମାର ରଥ, ଅମର ନାୟକ , ରତ୍ନାକର ରାଉତ, ସାମ୍ବାଦିକ ଯାଦୁନାଥ ସାମନ୍ତରାୟ,ରାକେଶ ପାଢ଼ୀ, ଜିତେନ୍ଦ୍ର ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ କର୍ମୀ, ସାମ୍ବାଦିକ ଓ ବିଜେଡି କାର୍ଯ୍ୟକର୍ତ୍ତା ଯୋଗ ଦେଇ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥଲେ । ଆଗାମୀ ଦିନରେ ବିଜୁ ଜନତା ଦଳର ନିର୍ଦ୍ଦେଶ କ୍ରମେ ତାହାର ପ୍ରମୁଖ ଛାମୁଆ ସଂଗଠନ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଆହୁରି ପରିବେଶ ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବା ବୋଲି ଅତିଥିମାନେ ମତାମନ୍ତବ୍ୟ ଦେଇଥଲେ । ତତସହିତ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବା ସହ ବ୍ୟାପକ କାର୍ଯ୍ୟକ୍ରମ କରିବା ପାଇଁ ରଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳର ସଭାପତି ତଥା ଆଇନଜୀବି ରାଜିବ ଲୋଚନ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲ l କାର୍ଯ୍ୟକ୍ରମ ପରେ ସମସ୍ତଙ୍କୁ ତୀରଙ୍ଗା ଧ୍ବଜା ବଣ୍ଟନ କରାଯାଇଥିଲା l

Tags:

Post a Comment

0 Comments

Please Select Embedded Mode To show the Comment System.*