ଜିଲ୍ଲା ସ୍ତରୀୟ ନାଟକ ,ପ୍ରବନ୍ଧ ବକୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ।

utkalnews7
By
0


ନୟାଗଡ଼,୨୮।୮,(ଉତ୍କଳ ନ୍ୟୁଜ୍୭):ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ପକ୍ଷରୁ ହାଇସ୍କୁଲ୍  ଛାତ୍ର ଛାତ୍ରୀ ମାନଙ୍କୁ ଆଇନ ଜ୍ଞାନ ସମ୍ପର୍କରେ ସଚେତନତା କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶ  ମତେ ଆଜି ସ୍ଥାନୀୟ ପଠାଣି ସାମନ୍ତ ଓଡ଼ିଟରିଓମ୍  କକ୍ଷ ରେ ଏକ ବିଶାଳ  ଜିଲ୍ଲା ସ୍ତରୀୟ କ୍ଷୁଦ୍ର  ନାଟକ,  ପ୍ରବନ୍ଧ , ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ଜିଲ୍ଲାର ୧୭ଗୋଟି ହାଇସ୍କୁଲ  ପ୍ରତିଯୋଗିତାରେ ଅଂଶ  ଗ୍ରହଣ କରିଥିଲେ। ଉକ୍ତ  କାର୍ଯ୍ୟକ୍ରମ କୁ ମାନନୀୟା ଜିଲ୍ଲା ଜଜ୍ ଶ୍ରୀମତୀ ରୁପଶ୍ରୀ ଚୌଧୁରୀ  ଜିଲ୍ଲାପାଳ ଡକ୍ଟର ପୁମା ଟୁଡୁ ମିଳିତ ଭାବରେ ଉଦଘାଟନ  କରି ପ୍ରଥମ ରୁ ଶେଷ ଜାଏ ଉପସ୍ଥିତ ରହି ପ୍ରେରଣା ଯୋଗାଇ ଦେଇଥିଲେ। ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲା ଜଜ ବିଭୁପ୍ରସାଦ ପଣ୍ଡା, ଲିଲି ସେନାପତି, ସବଜଜ  ବିଚିତ୍ରା ନନ୍ଦ ପ୍ରଧାନ, ମହିଳା ବିଚାର ପତି ଡକ୍ଟର  ରିନତି ମିଶ୍ର , ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଶେଷ  କୁମାର ସାହୁ , ପ୍ରଥମ ଶ୍ରେଣୀ  ଦଣ୍ଡାଧିକାରି  ପ୍ରଦୋଷ କୁମାର ଦାସ, ସୂଚନା ଓ  ଲୋକ ସମ୍ପର୍କ ଅଧିକାରୀ ,ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସମେତ ବହୁ ପଦସ୍ତ ଅଧିକାରୀ ଓ  ଆଇନ ଯିବି ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସର୍ବାଙ୍ଗ  ସୁନ୍ଦର  କରିବା ସହ ପିଲା ମାନକୁ ଉଛାହିତ  କରିଥିଲେ ।ନାଟକ ପ୍ରତିଯୋଗିତାରେ  ଜୟପୁର  ହାଇସ୍କୁଲଙ୍କ ଦ୍ଵାରା ମଞ୍ଚସ୍ତ ନାଟକ ଏସିଡି ଆଟାକ୍ ,ବଜେନ୍ଦ୍ର ହାଇସ୍କଲ୍ ର ନାଟକ ପମି ପଢ଼ିବ ପାଠ, ନାରାୟଣୀ  ହାଇ ସ୍କୁଲ ଇଟାମତି  ସୁରକ୍ଷା କେନ୍ଦ୍ରୀୟ  ବିଦ୍ୟାଳୟ  ନୟାଗଡ  କନ୍ୟା  ଭୃଣ  ହତ୍ୟା  ,ଭାଗିରଥି ହାଇସ୍କୁଲ  ନାଟକ  କଥା  ସରିତାର, ଲେଙ୍କୁଡ଼ି ପଡା ହାଇ ସ୍କୁଲ କହିବ ତ ଭାଇ  କହିବ  ଗଛ ପରି କିଏ ହୋଇବ, ମା ସୁଲିଆ ହାଇ ସ୍କୁଲ ର ନାଟକ ମଧ୍ୟସ୍ଥତା  ନବଦୟ  ବିଦ୍ୟାଳୟର ଶିଶୁ  ଶ୍ରମିକ ,ସରକାରୀ  ବାଳିକା ବିଦ୍ୟାଳୟ ନୟାଗଡ ର ନାଟକ ଅଜନ୍ମା ନାଟକ ପରିବେଷଣ କରିଥିଲେ।ଶେଷରେ ପ୍ରବନ୍ଧ  ବିଭାଗରେ ଶର୍ମିଷ୍ଠା ସାହୁ , ଚଣ୍ଡି ହାଇ ସ୍କୁଲ , ବାଲୁଗାଁ  ପ୍ରଥମ , ଚିତ୍ରାଙ୍କନ ପ୍ରତିଯୋଗିତାରେ ଗୋବିନ୍ଦ ପୁର  ହାଇ ସ୍କୁଲ ର ପାୟଲ ନାୟକ ପ୍ରଥମ ,ଭାଷଣ  ପ୍ରତିଯୋଗିତାରେ  ଦିବ୍ୟଲତା ନାୟକ ନବୋଦୟ ବିଦ୍ୟାଳୟ  ନୟାଗଡ ପ୍ରଥମ ଏବଂ  ନାଟକ ପ୍ରତିଯୋଗିତାରେ  ଭାଗିରଥି ହାଇସ୍କୁଲ ଗୋବିନ୍ଦ ପୁରଙ୍କ ଦ୍ଵାରା ମଞ୍ଚସ୍ଥ  ହୋଇଥିବା  ନାଟକ କଥା ସରିତା ରେ ପ୍ରଥମ ସ୍ଥାନ ଅଧିକାର  କରିଥିଲେ। ଉକ୍ତ  ପ୍ରତିଯୋଗିତାରେ  ବିଚାରକ  ଭାବରେ  ବଳଭଦ୍ର  ଡାକୁଆ , ସୁରେଶ କୁମାର ବେହେରା, ଗୋଦାବରୀଶ  ମିଶ୍ର ,ରିନା ବାଳା  ଆଚାର୍ଯ୍ୟ , ବାରିଶନ ବିବି, କମଳ ଦାସ ଏବଂ ବିଶେଷ କୁମାର ସାହୁ ପ୍ରମୁଖ ଭାଗ  ନେଇଥିଲେ । ସ୍ଥାନୀୟ ଶିକ୍ଷାବିତ  ଶରତ ଚନ୍ଦ୍ର  ଆଚାର୍ଯ୍ୟ  ସଂଯାଜନ କରିଥିଲେ। ଅବସର ପ୍ରାପ୍ତ ଅଧକ୍ଷ ଓଡ଼ଗାଁ  ମହାବିଦ୍ୟାଳୟ  ଓମ୍ମର ମାଲିକ୍ ଯୋଗ ଦେଇ କାର୍ଯ୍ୟକ୍ରମ  କୁ ଉଚ୍ଛାହିତ କରିଥିଲେ।ଶେଷରେ ଜିଲ୍ଲାପାଳ ଡକ୍ଟର  ପୁମାଟୁଡୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏ ଭଳି ଏକ ସୁନ୍ଦର  କାର୍ଯ୍ୟକ୍ରମ  ଆୟୋଜନ କରିଥିବାରୁ  ଖୁସି ବ୍ୟକ୍ତ କରିଥିଲେ ଏବଂ  ସମସ୍ତ  ବିଭାଗରେ ପ୍ରତିଯୋଗିତା  କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାଟିଫିକେଟ  ଏବଂ  ଟ୍ରଫି  ପ୍ରଦାନ  କରିଥିଲେ। ଉକ୍ତ  କାର୍ଯ୍ୟକ୍ରମରେ ବହୁ ଜନସାଧାରଣ , ଆଇନୀ ଜିବି, ଶିକ୍ଷକ , ଶିକ୍ଷୟତ୍ରୀ ,ଆଇନ ସହାୟତା କର୍ମୀ ,ଏନସିସି ଛାତ୍ର ଛାତ୍ରୀ ଏବଂ  ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ  ଆଇନ ସେବା କାର୍ଯ୍ୟାଳୟ ନୟାଗଡ ,ଦଶପଲ୍ଲା , ଖଣ୍ଡପଡ଼ା ,ଓଡ଼ଗାଁ , ରଣପୁର ଏବଂ ଭାପୁର ର କର୍ମଚାରୀ  ଯଥା ପ୍ରଦୀପ କୁମାର ପଣ୍ଡା ,ପ୍ରମିଳା ମଲ୍ଲିକ , ଗଦାଧର  ବିଶ୍ଵାଳ ,ପବନ କୁମାର  ବେହେରା , ସୁଶାନ୍ତ କୁମାର ଜେନା, ଦେବାଶିଷ  ମିଶ୍ର , ଶ୍ରଦ୍ଧାଞ୍ଜଳି  ରଥ, ପ୍ରଶାନ୍ତ କୁମାର ସାହୁ ଏବଂ  ରାଜେଶ୍ କୁମାର  ମଲ୍ଲିକ , ଗଗନ ବିହାରୀ  ନାୟକ, ରାଜେଶ୍ କୁମାର  ବାରିକ, ଆଇନ୍ ସହାୟତା  କର୍ମୀ  ଦେବାଶିଷ  ପଟ୍ଟନାୟକ , ଲିପ୍ସା  ଦାସ , ମମତା  ବେହେରା, ସୁଭାସ୍ମିତା ମିଶ୍ର  ଉପସ୍ଥିତ  ରହି ସହାୟତା  ପ୍ରଦାନ କରିଥିଲେ। ଶେଷରେ  ଉକ୍ତ  କାର୍ଯ୍ୟକ୍ରମର ସଫଳତା ପାଇଁ ସଚିବ ଶ୍ରୀ  ବିଶେଷ କୁମାର ସାହୁ ସମସ୍ତଙ୍କୁ  ଧନ୍ୟବାଦ୍  ଅର୍ପଣ କରିବା ସହ ଏଭଳି କାର୍ଯ୍ୟକ୍ରମ ଆସନ୍ତା ବର୍ଷ ୨୦୨୩ମସିହାରେ ପୁନଚ ଅନୁଷ୍ଠିତ କରାଯିବବୋଲି ସୂଚନା ଦେଇଥିଲେ । ଏଠାରେ  ସୂଚନା ଦିଆ ଯାଇପରେ ଉପରୋକ୍ତ ସମସ୍ତ   ପ୍ରତିଯୋଗିତାରେ  ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ସେପ୍ଟେମ୍ବର  ମାସ ୨୦୨୨ ରେ ଜୋନାଲ ଲେବୁଲ୍ ପ୍ରତିଯୋଗିତାରେ  ଭାଗ ନେବା ପାଇଁ  ଭୁବନେଶ୍ୱର  ଯିବାକୁ  ପରାମର୍ଶ  ଦିଆଯାଇଅଛି।

Post a Comment

0 Comments

Please Select Embedded Mode To show the Comment System.*