ବଡପୋଖରିଆରେ କାର ପୋଡି।

utkalnews7
By
0


ଟାଙ୍ଗୀ,୨।୯,(ଉତ୍କଳ ନ୍ୟୁଜ୍୭): କିଛି ଦିନର  ନୀରବତା ପରେ ବଡ ପୋଖରିଆରେ ପୁଣି  ହିଂସା।ରାତି ଅଧରେ  ଦୂର୍ଵୁର୍ତ୍ତ   ନିଆଁ ଲଗାଇ ଜାଳି ଦେଲେ ଜିଲା ପରିଷଦ ସଭ୍ୟାଙ୍କ କାର।ରାତି ଅଧରେ କେହି ଦୂର୍ବୁର୍ତ୍ତ   କାର୍ ରେ  ନିଆଁ ଲଗାଇ ଦେଇଥିବା  ଅଭିଯୋଗ।ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ବଡ ପୋଖରିଆ ପଂଚାୟତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ।ବଡପୋଖରିଆ  ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ୯ ନଂ ଜିଲା ପରିଷଦ ସଭ୍ୟା ମୀତାଂଜଳୀ ବଳିୟାର ସିଂଙ୍କର କାର।ଟାଙ୍ଗୀ ଅଗ୍ନୀଶମ ବାହିନୀ ନିଆଁକୁ କରିଛି ଆୟତ କରିଥିବା ଵେଳେ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଥିବା ସୂଚନା ମିଳିଛି।

Post a Comment

0 Comments

Please Select Embedded Mode To show the Comment System.*