ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।

utkalnews7
By
0


ନୟାଗଡ଼/ରାଜସୁନାଖଳା,୧୫।୮,(ଉତ୍କଳ ନ୍ୟୁଜ୍୭): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ବିନୋଦପଡା ସ୍ଥିତ ସାଇ ଟ୍ରଷ୍ଟ ଓଡିଶା ମୁଖ୍ୟ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ  ଶିବିର ଅନୁଷ୍ଠିତ

ହୋଇଯାଇଛି। ଆୟୋଜିତ ରକ୍ତଦାନ ଶିବିରକୁ ସାଇ ଟ୍ରଷ୍ଟର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦୀପକ କୁମାର ବରାଡ଼ ଦ୍ୱାରା ଉଦଘାଟନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରରେ ରାଜସୁନାଖଳା ଅଞ୍ଚଳର ଯୁବକ ଓ ବହୁ ସାଇପ୍ରେମୀ ଯୋଗଦେବା ସହ ରକ୍ତଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜ ସେବି ପ୍ରଫେସର ଦୁର୍ଗାପ୍ରସାଦ ଦାଶଶର୍ମା, ଦିଲ୍ଲୀପ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ୧୦୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ସାଇ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଏହି ସମସ୍ତ କାର୍ଯ୍ୟକୁ ନୟାଗଡ ମନେଜିଙ୍ଗ ଟ୍ରଷ୍ଟି ସୌମ୍ୟରଞ୍ଜନ ପ୍ରଧାନ ଓ ସମ୍ପାଦକ ତପନ ପ୍ରଧାନ ପରିଚାଳନା କରିଥିଲେ।

ରାଜସୁନାଖଳା ରୁ ଯଦୁନାଥ ସାମନ୍ତରାୟ।

Post a Comment

0 Comments

Please Select Embedded Mode To show the Comment System.*