ତ୍ରୀରଙ୍ଗା ଦେଇ ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନ’ର ଶୁଭାରମ୍ଭ କଲେ : କେନ୍ଦ୍ରମନ୍ତ୍ରୀ।

utkalnews7
By
0


ଭୁବନେଶ୍ୱର,୮/୮,(ଉତ୍କଳ ନ୍ୟୁଜ୍୭):ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶ୍ରୀ ଶାହା ଆଜି ସକାଳେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଦର୍ଶନ କରିବା ପରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ବାସଭନରେ ଜଳପାନ କରିଥିଲେ। ଏହା ପରେ ଶ୍ରୀ ଶାହା କଟକ ଗସ୍ତ କରି ନେତାଜୀ ସୁବାଷ ବୋଷଙ୍କ ଜନ୍ମସ୍ଥଳୀକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପରେ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଏହାପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଶ୍ରୀ ଶାହା ରାଜ୍ୟ କାର୍ଯ୍ୟାଳୟଠାରେ ପହଂଚିବା ସମୟରେ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ଅନେକ ନେତୃବୃନ୍ଦ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହାଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ। ଏହା ପରେ ଅନୁଷ୍ଠିତ “ହର୍ ଘର୍ ତ୍ରିରଙ୍ଗା ଅଭିଯାନ”ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମସ୍ତ ବିଧାୟକ ଶ୍ରୀ ଶାହାଙ୍କୁ ଫୁଲହାର ଦେଇ ସ୍ୱାଗତ ଜଣାଇଥିଲେ। “ହର୍ ଘର୍ ତ୍ରିରଙ୍ଗା ଅଭିଯାନ”ର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଲାଂଜିଆ ସଉରା ଜନଜାତି ସଂପ୍ରଦାୟର ବିରଭଦ୍ର ଦଳବେହେରା ଓ ଲକ୍ଷ୍ମୀ ଶବର, ଡଙ୍ଗରିଆ କନ୍ଧ ଜନଜାତି ସଂପ୍ରଦାୟର ଗମ୍ବେରା ୱ।ଡକା ଓ ତେଲ ୱ।ଡକା,ଗଣ୍ଡ ଜନଜାତି ସଂପ୍ରଦାୟର ମାଶୁ ଗଣ୍ଡ ଓ ବାସନ୍ତି ଗଣ୍ଡ,ଦୁରୁଆ କନ୍ଧ ସଂପ୍ରଦାୟର ଜଗନ୍ନାଥ ଦୁରୁଆ ଓ କାବେରୀ ଦୁରୁଆ, ଅନୁସୁଚିତ ଜାତି ବର୍ଗର ଗଜେନ୍ଦ୍ର ସାମଲ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥୀଙ୍କୁ ଜାତୀୟ ପତାକା ସହିତ ମହାମହିମ୍ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ। ଏଥି ସହ ଓଡିଶାର ଗର୍ବ ତଥା ପ୍ରଥମ ଜନଜାତି ମହିଳା ରାଷ୍ଟ୍ରପତି ହୋଇଥିବା ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ରାଜ୍ୟର ୧ କୋଟି ଘରେ ପହଂଚାଇବାକୁ ଶ୍ରୀ ଶାହା ବିଜେପି କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ। ଏହା ପରେ ଶ୍ରୀ ଶାହା ରାଜ୍ୟ ବିଜେପିର ବରିଷ୍ଠ ଓ ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ।ଜାତୀୟ ରାଜନୀତିରେ ଓଡ଼ିଆ ମାନେ ପ୍ରମୁଖ ଭୂମିକା କଥାକୁ ଦୋହରାଇଥିଲେ।ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା “ମୋଦି @ ୨୦” ପୁସ୍ତକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶ୍ରୀ ଶାହା ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*